Latest Odisha News

BREAKING NEWS

ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବଲାଙ୍ଗୀର : ବଲାଙ୍ଗୀର ସହର ମଧ୍ୟରେ ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ବଢ଼ି ଭୋରରୁ ଶ୍ରୀ ଜୀଉଙ୍କ ନୀତି ନିଘଣ୍ଟ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯେଉଁଥିରେ କରୋନା କଟକଣା ସହ ଦେବସ୍ନାନ ପୂଜାର୍ଚ୍ଚନା ଜାରି ରହିଛି । ତେବେ ସହର ମଧ୍ୟରେ ଥିବା ଜଗନ୍ନାଥ ପଡ଼ା ଜଗନ୍ନାଥ ମନ୍ଦିର, ଟିକ୍ରା ପଡ଼ା ଚାନ୍ଦ ମନ୍ଦିର ଓ ଦେବୋତ୍ତର ବିଭାଗ ଗୋପାଳଜୀ ମନ୍ଦିର ପରିସରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଛି । ଭୋରରୁ ନୀତି ନିଘଣ୍ଟ ଜାରି ରହିଥିବାବେଳେ ସକାଳ ୧୦ଟା ସମୟରେ ଶ୍ରୀ ଜୀଉଙ୍କୁ ଦେବସ୍ନାନ ପାଇଁ କାର୍ଯ୍ୟରମ୍ଭ ହୋଇଥିଲା । ଯେଉଁଥିରେ କରୋନା କଟକଣା ଯୋଗୁଁ ସରକାରଙ୍କ ସରକାରୀ ଗାଇଡ଼ଲାଇନ ଅନୁସାରେ ନିର୍ଦ୍ଧାରିତ କର୍ତ୍ତା ଓ ପୂଜକଙ୍କ ସହ ଚାଲିଛି ରୀତିନୀତି ।

ତିନି ଠାକୁରଙ୍କ ଛେରା, ପହଁରା ସହ ଘଣ୍ଟ, ଶଙ୍ଖ,ମୃଦୁଙ୍ଗ,ଧୂପ,ଦ୍ୱୀପ, ମନ୍ତ୍ରରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ତାର ପ୍ରକୋପ ଜାରି ରଖିଥିବା ଯୋଗୁଁ କେବଳ ନିର୍ଦ୍ଧାରିତ ପୂଜକ ଓ କର୍ତ୍ତା ମଧ୍ୟରେ ସମାପନ ହୋଇଛି ଶ୍ରୀ ଜିଉଙ୍କ ଘୋଷଯାତ୍ରା ।  ଚଳିତ ବର୍ଷ ତିନି ଠାକୁରଙ୍କୁ ପ୍ରାଥନା କରି ଏହି ମହାମାରୀରୁ ସମୂହ ଦେଶକୁ ଉଦ୍ଧାର କରିବା ପାଇଁ ପ୍ରାଥନା ।

Leave A Reply

Your email address will not be published.