Latest Odisha News

ଅବସର ଘୋଷଣା କଲେ ଭାରତୀୟ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଆନ୍ତର୍ଜାତୀୟ ଗସ୍ତ ହେବ । ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରି ୮ମ ସ୍ଥାନରେ ରହିଥିଲା । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୬ ଜୁଲାଇରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ । ଶ୍ରୀଜେଶ ଭାରତ ପକ୍ଷରୁ ୩୨୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି ।

୨୦୧୪ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଟିମ, ୨୦୧୮ ଏସିଆଡ ଗେମ୍ସ ବ୍ରୋଞ୍ଜ ପଦକ, ୨୦୧୮ ଏସୀୟ ଚାମ୍ପିୟନଶିପ ବିଜେତା ଓ ୨୦୨୩ ଏସୀୟ ଚାମ୍ପିୟନ ଟ୍ରଫିରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ୨୦୨୨ ଏସିଆନ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ ଜିତାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୧ରେ ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୨୧ରେ ସେ ସର୍ବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଥିଲେ । ଶ୍ରୀଜେଶ ତାଙ୍କ ଗର୍ଲଫ୍ରେଣ୍ଡ ଅନୀଷୟାଙ୍କୁ ବିବାହ କରିଥିଲେ । ସେ ଜଣେ ଲଙ୍ଗଜମ୍ପର ଓ ଆୟୁର୍ବେଦ ଡାକ୍ତର ମଧ୍ୟ ଅଟନ୍ତି । ଏହି ଆଥଲେଟ ଯୋଡଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

Comments are closed.