ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କୁମିନ୍ସ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଅଷ୍ଟ୍ରେଲିଆର ଏହି ଷ୍ଟାର ଖେଳାଳି ଆଘାତ ସମସ୍ୟା ଯୋଗୁ ଏବେ ଆଇପିଏଲର କେତେକ ମ୍ୟାଚରୁ ଓହରି ଯାଇଛନ୍ତି । ଏପ୍ରିଲର ତୃତୀୟ ସପ୍ତାହ ଆଡକୁ ସେ ଭାରତ ଆସିବେ । ଅଷ୍ଟ୍ରେଲିଆର ତାଙ୍କ ଫିଟନେସ ଟେଷ୍ଟ କରାଯିବ । ସ୍କାନ ରିପୋର୍ଟ ଆସିବା ପରେ ସେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ପିଠି ସମସ୍ୟା ଯୋଗୁ ସେ ୨୦୨୫ରେ ଗୋଟିଏ ମ୍ୟାଚ ଖେଳିଥିଲେ । ଟି୨୦ ବିଶ୍ୱକପ ମଧ୍ୟ ସେ ଖେଳିପାରି ନ ଥିଲେ ।
ଆଇପିଏଲରେ କମିନ୍ସଙ୍କ ଅନୁପସ୍ଥିତିରେ ଈଶାନ କିଶାନ ହାଇଦ୍ରାବାଦର ନେତୃତ୍ୱ ନେଉଛନ୍ତି । ବର୍ତମାନ ସ୍ଥିତିରେ କମିନ୍ସ ଆଉ ୪ଟି ମ୍ୟାଚରେ ଖେଳିପାରିବେ ନାହିଁ । ଯେତେଦୂର ସମ୍ଭବ ୨୧ ଏପ୍ରିଲରେ ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ପୂର୍ବରୁ ଦଳରେ ଯୋଗ ଦେବେ । କମିନ୍ସଙ୍କ ଅନୁପସ୍ଥ୍ିତିରେ ହାଇଦ୍ରାବାଦର ବୋଲିଂ ଲାଇନ ଅପ ସାମାନ୍ୟ ଦୁର୍ବଳ ରହିଛି । ହାଇଦ୍ରବାଦ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଛି ।