Latest Odisha News

ମଡେଲ ତାନିଆ ସିଂ ଆତ୍ମହତ୍ୟା ମାମଲା: କ୍ରିକେଟର ଅଭିଷେକଙ୍କୁ ସମନ

ସୁରଟ: ମଡେଲ ତାନିଆ ସିଂ ଆତ୍ମହତ୍ୟାର ତଦନ୍ତ ପୋଲିସ ଜୋରସୋରରେ କରୁଛି । ଇତି ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପୋଲିସ ସମନ ଜାରୀ କରିଛି । ତାନିଆଙ୍କୁ ଶେଷ କଲ ଅଭିଷେକ କରିଥିଲେ । ରବିବାର ବିଳମ୍ବିତ ରାତ୍ରରେ ତାନିଆ ଆତ୍ମହତ୍ୟା କରିଥିବା ଜଣା ପଡିଥିଲା । ତାନିଆଙ୍କର ଅନେକ ବଡ ବଡ ଲୋକଙ୍କ ସହ ସମ୍ପର୍କ ଥିବା ପୋଲିସ ଫୋନ ଡିଟେଲରୁ ଜାଣି ପାରିଛି । ଏବେ ଏହି ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ତାନିଆଙ୍କର ଅନ୍ୟ ଆଇପିଏଲ ଖେଳାଳିଙ୍କ ସହ ସମ୍ପର୍କ ରହିଛି କି ନାହିଁ ତାହା ମଧ୍ୟ ପୋଲିସ ଜାଣିବାକୁ ଉଦ୍ୟମ କରୁଛି ।

ତାନିଆ ଫେଶନ ଡିଜାଇନିଂର ଛାତ୍ରୀ ଥିଲେ । ସେ ଏହା ବ୍ୟତୀତ ମଡେଲିଂ ମଧ୍ୟ କରୁଥିଲେ । ପୂର୍ବରୁ ଇଭେଂଟ ଇଣ୍ଡଷ୍ଟ୍ରି ସହିତ ଜଡିତ ମିତେଶ ନାମକ ଯୁବକକୁ ମଧ୍ୟ ପୋଲିସ ପଚରା ଉଚରା କରୁଛି । ନିକଟରେ ଅଭିଷେକ ରଣଜୀ ଟ୍ରଫିରେ ତାମିଲନାଡୁ ବିପକ୍ଷରେ ୫ ଛକା ମାରିଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମଧ୍ୟ ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ୪୭ ମ୍ୟାଚରୁ ସେ ୮୯୨ ରନ ସଂଗ୍ରହ କରିଛନ୍ତି । ଏ ସମ୍ପର୍କରେ ଅଭିଷେକଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Comments are closed.