Latest Odisha News

ଈଶାନଙ୍କ ଶତକ: ରାଜସ୍ଥାନକୁ ୪୪ ରନରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ହାଇ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୪୪ ରନରେ ରାଜସ୍ଥାନ ରୟାଲ୍ସ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ଈଶାନ କିଶାନଙ୍କ ବିସ୍ଫୋରକ ଶତକ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଆଇପିଏଲ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର ୨୮୬ ରନ ସଂଗ୍ରହ କରିଥିଲା ।

୨୮୭ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୬ ୱିକେଟ ବିନିମୟରେ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଧ୍ରୁବ ଜୁରେଲ (୭୦), ସଞ୍ଜୁ ସାମସନ (୬୭), ସିମ୍ରନ ହେଟମେୟର (୪୨) ଓ ଶେଷ ଭାଗରେ ଶୁଭମ ଦୁବେ ୩୪ ରନ କରିଥିଲେ ମଧ୍ୟ ତାହା ଦଳକୁ ଜିତାଇ ପାରି ନ ଥିଲା । ସିମ୍ରଜିତ ସିଂ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ପୂର୍ବରୁ ମ୍ୟାନ ଅଫ ଦି ମ୍ୟାଚ ଈଶାନ ୪୭ ବଲରେ ୧୧ ଚୌକା ଓ ୬ ଛକା ସହାୟତାରେ ୧୦୬ ରନ କରି ଅପରାଜିତ ରହିଥିଲେ । ସେ ବିପକ୍ଷ ଦଳର କୌଣସି ବୋଲରଙ୍କୁ ଦୟା ଦେଖାଇ ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେଭିସ ହେଡ ୩୧ ବଲରୁ ୬୭, ହେନେରୀ କ୍ଲାସେନ ୩୪, ନୀତିଶ କୁମାର ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୀଶ ତୀକ୍ଷଣା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ୱିକେଟ ନେଇଥିଲେ ।

Comments are closed.