Latest Odisha News

BREAKING NEWS

ମୁମ୍ବାଇର ଷଷ୍ଠ ପରାଜୟ, ୨୪୩ ରନ ବି କମ ପଡିଲା

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦ ୬ ୱିକେଟରେ ମୁମ୍ବାଇକୁ ପରାସ୍ତ କରିଛି । ମୁମ୍ବାଇର ଚଳିତ ସିଜନରେ ଏହା ଷଷ୍ଠ ପରାଜୟ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିିକେଟ ବିନିମୟରେ ୨୪୩ ରନ କରିଥିଲା । ରାୟନ ରିକେଲଟନ ୫୫ ବଲରୁ ୧୨୩ ରନ କରି ଅପରାଜିତ ରହିଥିଲେ । ୱିଲ ଜ୍ୟାକ୍ସ ୪୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଥିଲେ । ଖରାପ ବୋଲିଂ ପ୍ରଦର୍ଶନ ଯୋଗୁ ମୁମ୍ବାଇ ଏହି ସ୍କୋରକୁ ମଧ୍ୟ ଡିଫେଣ୍ଡ କରିପାରି ନ ଥିଲା ।

ହାଇଦ୍ରାବାଦ ୧୮.୪ ଓଭରରେ  ୪ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ଟ୍ରେଭିସ ହେଡ ୭୬ ଓ ଅଭିଷେକ ଶର୍ମା ୪୫ ରନ କରିଥିବା ବେଳେ ଶେଷ ଭାଗରେ ହେନେରୀ କ୍ଳାସେନ ୬୫ ଓ ସଲୀଲ ଆରୋରା ୩୦ ରନ କରି ଅପରାଜିତ ରହିଥିଲେ । ମୁମ୍ବାଇ ଅଲ ଗଜନଫର ୨ଟି ୱିକେଟ ନେଇଥିଲେ । ମୁମ୍ବାଇ ୮ ମ୍ୟାଚରୁ ୪ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି । ହାଇଦ୍ରାବାଦ ୯ ମ୍ୟାଚରୁ ୧୨ ପଂଏଟ ପାଇ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ଲେ ଅଫ ପ୍ରବେଶ ପାଇଁ ମୁମ୍ବାଇକୁ ବାକି ଥିବା ୬ଟି ମ୍ୟାଚରୁ ପ୍ରାୟ ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । କ୍ଲାaସେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.