Latest Odisha News

BREAKING NEWS

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ ପ୍ରବେଶ ପାଇଁ ଛଡ଼ାଯାଉଛି । ମନ୍ଦିର ପରିସରରେ ଏକ କାଳୀନ ଶହେ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ।ତେବେ ଶ୍ରଦ୍ଧାଳୁ ମାନେ ଜଗମୋହନ ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ବୃଦ୍ଧ, ଗର୍ଭବତୀ ଏବଂ ଦଶ ବର୍ଷ ରୁ କମ ବୟସ ର ପିଲା ମନ୍ଦିର ଯାଇ ପାରିବେ ନାହିଁ।

ମନ୍ଦିର ବେଢାରେ ପ୍ରସାଦ ସେବନକୁ ବନ୍ଦ ରଖାଯାଇଛି।ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜା ବିଧି, ପ୍ରସାଦ ଓ ଭୋଗ ସେବନ,ଏକାଧିକ ବ୍ୟକ୍ତି ଏକତ୍ର ହେବା ଉପରେ କଟକଣା ଲଗାଯାଇଛି।ତେବେ ଦୀର୍ଘ ମାସ ପରେ ମନ୍ଦିର ଖୋଲିଥିବାରୁ ସମସ୍ତ ଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।ସେବାୟତ ଓ ଶ୍ରଦ୍ଧାଳୁ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ଓ ସମସ୍ତ ନିୟମ ମାନି ଶ୍ରୀଜୀଉ ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.