Latest Odisha News

ଶ୍ରୀଲଙ୍କା ୪୨ରେ ଅଲଆଉଟ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଶ୍ରୀଲଙ୍କା ୪୨ ରନରେ ଅଲଆଉଟ ହୋଇଯାଇଛି । ଟେଷ୍ଟ କ୍ରିକେଟରେ ଏହା ଶ୍ରୀଲଙ୍କାର ସର୍ବନିମ୍ନ ସ୍କୋର । ଏହି ମ୍ୟାଚରେ ୫ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । କାମିନ୍ଦୁ ମେଣ୍ଡିସ ୧୩ ଓ ଲାହିରୁ କାମାରା ୧୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୯୧ ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ଶ୍ରୀଲଙ୍କା ୪୨ ରନରେ ଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ୧୪୯ ରନର ଅଗ୍ରଣୀ ହାସଲ କରିଛି । ମାର୍କୋ ଜାନେସନ ସର୍ବାଧିକ ୭ଟି ୱିକେଟ ଅକ୍ତିଆର କରିଥିଲେ । ଗେରାଲ୍ଡ କୋଏଟଜି ୨ଟି ଏବଂ କାଗିସୋ ରାବାଡା ଗୋଟିଏ ୱିକେଟ ନେଇଥିଲେ ।

ଜବାବରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ ୭୬ ରନ ସଂଗ୍ରହ କରିନେଇଛି । ଆଇଡେନ ମାର୍କରାମ ୩୫ ଓ ୱାଇନ ମୁଲଡର ୧୫ ରନ କରି ଅପରାଜିତ ରହିଛନ୍ତି । ବର୍ଷା ଯୋଗୁ ମ୍ୟାଚ ବନ୍ଦ କରିାଯିବା ବେଳେ ଦକ୍ଷିଣ ଆଫ୍ରିକା ଓଭରାଲ ୨୨୬ ରନର ଅଗ୍ରଣୀ ହାସଲ କରିଛି । ଏହା ପୂର୍ବରୁ ୧୯୯୦ରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ୮୨ ରନରେ, ୨୦୦୧ରେ ଇଂଲଣ୍ଡ ବିପକ୍ଷରେ ୮୧ ରନରେ, ୨୦୦୬ ଓ ୧୯୯୪ରେ ପାକିସ୍ତାନ ବିପକ୍ଷରେ ଯଥାକ୍ରମେ ୭୩ ଓ ୭୧ ରନରେ ଆଉଟ ହୋଇଥିଲା ।

ଟେଷ୍ଟ କ୍ରିକେଟରେ ଓଭରାଲ ସର୍ବନିମ୍ନ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି । ୧୯୫୫ରେ ଇଂଲଣ୍ଡ ବିପକ୍ଷରେ ଦଳ ୨୬ ରନରେ ଅଲଆଉଟ ହୋଇ ଯାଇଥିଲା । ଦକ୍ଷିଣ ଆଫ୍ରିକା ୨ ଥର ୩୦ ରନରେ ଆଉଟ ହୋଇଥିବା ବେଳେ ୩୫ ଓ ୩୬ ରନରେ ଥରେ ଲେଖାଏଁ ଅଲଆଉଟ ହୋଇଛି । ଅଷ୍ଟ୍ରେଲିଆ (୩୬), ଭାରତ (୩୬) ଓ ଆୟର୍ଲାଣ୍ଡ ୩୮ ରନରେ ଅଲଆଉଟ ହୋଇଛନ୍ତି ।

Comments are closed.