Latest Odisha News

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୬ ଦିନିକିଆ ଟେଷ୍ଟ ମ୍ୟାଚ

କଲମ୍ବୋ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଏବେ ଟେଷ୍ଟ ସିରିଜ ଚାଲିଛି । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ଆସିବ । ସେପ୍ଟମ୍ବର ୧୮ରୁ ଗାଲେରୁ ଏହି ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ପାଇଁ ୬ ଦିନର ସମୟ ରଖାଯାଇଛି । ସେପ୍ଟମ୍ବର ୨୧କୁ ବିଶ୍ରାମ ଦିବସ ଭାବେ ରଖାଯାଇଛି । ଶ୍ରୀଲଙ୍କାରେ ସେପ୍ଟମ୍ବର ୨୧ରେ ରାଷ୍ଟ୍ରପତି ନିର୍ବାଚନ ଆୟୋଜିତ ହେବ । ଯଦି ମ୍ୟାଚ ୨କିମ୍ବା ୩ ଦିନ ମଧ୍ୟରେ ଶେଷ ହୋଇଯାଏ ତେବେ ବିଶ୍ରାମ ଦିବସର ଆବଶ୍ୟକତା ରହିବ ନାହିଁ । ୨୦୦୮ ପରେ କୌଣସି ଏକ ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିବସ ରଖାଯାଇଛି । ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଢ଼ାକା ଟେଷ୍ଟରେ ୬ ଦିନ ସମୟ ରଖାଯାଇଥିଲା ।

ବାଂଲାଦେଶରେ ନିର୍ବାଚନ ହେଉଥିବାରୁ ଏହି ନିଷ୍ପତି ନିଆ ଯାଇଥିଲା । ୨୦୦୧ରେ କଲମ୍ବୋରେ ଖେଳାଯାଇଥିବା ଜିମ୍ବାୱେ ବିପକ୍ଷ ମ୍ୟାଚରେ ମଧ୍ୟ ୧ ଦିନ ବିଶ୍ରାମ ଦିବସ ରଖା ଯାଇଥିଲା । ପୂର୍ବରୁ ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିବସ ନିୟମିତ ଭାବେ ରହୁଥିଲା । ପରେ ଏହାକୁ ଉଠାଇ ଦିଆ ଯାଇଥିଲା । ୨୦୨୩ରେ ନ୍ୟୁଜିଲାଣ୍ଡ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତି ନେଇଥିଲା ।

Comments are closed.