Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

କଲମ୍ବୋ: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇରେ ଶେଷ ହୋଇଛି । ଶେଷ ଭାଗରେ ବିଜୟ ପାଇଁ ଭାରତ ଆଉ ୫ ରନ ଆବଶ୍ୟ କରୁଥିବା ବେଳେ ହାତରେ ୨ଟି ୱିକେଟ ରହିଥିଲା । ଶିବମ ଦୁବେ ଚୌକା ମାରି ମ୍ୟାଚକୁ ଭାରତ ସପକ୍ଷରେ ଆଣିଥିଲେ । ଏହା ପରେ ଚାରିଥ ଅସଲଙ୍କା ତାଙ୍କୁ ଆଉଟ କରିଥିଲେ । ଏହାର ପରବର୍ତୀ ବଲରେ ସେ ଅର୍ଶଦୀପ ସିଂଙ୍କୁ ଆଉଟ କରି ମ୍ୟାଚ ଟାଇ କରାଇଥିଲେ । ଭାରତ ହାତରୁ ଏକ ନିଶ୍ଚିତ ବିଜୟ ସୁଯୋଗ ସେ ଛଡେଇ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୩୦ ରନ କରିଥିଲା । ପାଥୁମ ନିଶାଙ୍କା ୫୬ ଓ ଡୁନିଥ ୱାଲାଗେ ୬୭ ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୨୩୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୭.୫ ଓଭରରେ ୨୩୦ ରନ କରି ଅଲଆଉଟ ହୋଇ ଯାଇଥିଲା । ମଝିରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ କେଏଲ ରାହୁଲ ଓ ଅକ୍ଷର ପଟେଲ ଇନିଂସ ସମ୍ଭାଳିଥିଲେ । ରୋହିତ ଶର୍ମା ୫୮, ଅକ୍ଷର ପଟେଲ ୩୩, ବିରାଟ କୋହଲି ୨୪ ଓ କେଏଲ ରାହୁଲ ୩୧ ରନ କରିଥିଲେ । ଶେଷ ଭାଗରେ ଶିବମ ଦୁବେ ୨୫ ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ୱାନିନ୍ଦୁ ହସରଙ୍ଗା ଓ ଚାରିଥ ଅସଲଙ୍କା ୩ଟି ଲେଖାଏଁ ଏବଂ ଡୁନିଥ ୱେଲାଗେ ୨ଟି ୱିକେଟ ନେଇଥିଲେ । ଭାରତ ଏହା ପୂର୍ବରୁ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଥିଲା ।

Comments are closed.