Latest Odisha News

BREAKING NEWS

ଶ୍ରୀଲଙ୍କା ହିଂସା : ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗୁଳି ମାରିବା ପାଇଁ ନିର୍ଦ୍ଦେଶ

ଶ୍ରୀଲଙ୍କା : କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି । ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସବୁଠି ହିଂସା ଓ ହାହାକାର । ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ । ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି । ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଏଥିରୁ ପୋଲିସ ଓ ସେନା ମଧ୍ୟ ବାଦ୍ ପଡ଼ୁନାହାନ୍ତି ।

ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଓ କିଛି ନେତାଙ୍କ ଘରେ ନିଆଁ ଲଗାଇବା ପରେ ସ୍ଥିତି ଅଣଆୟତ ହୋଇପଡିଛି । ପୂରା ଦେଶରେ ମେ ୧୧ ପର୍ଯ୍ୟନ୍ତ କଫ୍ୟୁ ଲଗାଯାଇଛି । ବିଭିନ୍ନ ସ୍ଥାନରେ ପୋଡାଜଳା ଓ ହିଂସକ ପ୍ରଦର୍ଶନର ଘଟଣା ଦେଖିବାକୁ ମିଳୁଛି । କେଉଁଠି ନିଆଁରେ ପୋଡି ଘର ପାଉଁଶ ତ ପୁଣି କେଉଁଠି ରାସ୍ତାରେ ଚାଲିଛି ବଡ ଧରଣର ସଂର୍ଘଷ । ଶହ ଶହ ପ୍ରଦର୍ଶନକରୀ ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ସଂର୍ଘଷରେ ଜଳୁଛି ପୂରା ଶ୍ରୀଲଙ୍କା । ଦେଶରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଦେଶ ଏବେ ଗୃହଯୁଦ୍ଧ ଆଡକୁ ଅଗ୍ରସର ହେଉଛି ।

ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ହିଂସା ଘଟାଉଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀଲଙ୍କାରେ ଦେଖାଦେଇଥିବା ହିଂସାରେ ବର୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । କର୍ଫ୍ୟୁ ନମାନି ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଉଛି । ଶତାଧିକ ପ୍ରଶାସନିକ ଭବନରେ ଭଙ୍ଗାରୁଜା ହୋଇଛି । କର୍ଫ୍ୟୁ ସତ୍ୱେ ଶାସକ ଦଳର ନେତାମାନଙ୍କର ୪୦ରୁ ଅଧିକ ଘର ନିଆଁ ଲଗାଇ ଦିଆଯାଇଛି । ମନ୍ଦିନ୍ଦା ରାଜପକ୍ଷ ଓ ତାଙ୍କ ପରିବାର ତ୍ରିଙ୍କୋମାଲିର ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହିନ୍ଦା ନୌସେନା ଘାଟିକୁ ଚାଲିଯାଇଛନ୍ତି । ତ୍ରିଙ୍କୋମାଲି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଇସ୍ତଫା ଦେଇଥିଲେ ବି ଲୋକଙ୍କ ଅସନ୍ତୋଷ କିନ୍ତୁ ଥମିନାହିଁ । ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଭିଡ ନିୟନ୍ତ୍ରଣ ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ଓ ଗୁଳିମାଡ କରିବାକୁ ପଡିଥିଲା ।
Leave A Reply

Your email address will not be published.