Latest Odisha News

BREAKING NEWS

ବୃଥା ଗଲା ପୂରଣଙ୍କ ବିସ୍ଫୋରକ ଶତକ, ଇଣ୍ଡିଜକୁ ୨୩ ରନରେ ପରାସ୍ତ କଲା ଶ୍ରୀଲଙ୍କା

ଲଣ୍ଡନ: ବିଶ୍ୱକପରେ ସୋମବାର ଦିନ ଅନୁଷ୍ଠିତ ଶ୍ରୀଲଙ୍କା ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଶ୍ରୀଲଙ୍କା ୨୩ ରନରେ ବିଜୟ ହାସଲ କରିଛି । ମ୍ୟାଚର ଆରମ୍ଭରୁ ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାର ଦେଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୬ ୱିକେଟ ବିନିମୟରେ କରିଥିଲା ବିଶାଳ ୩୩୮ ରନ । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୩୧୫ ରନ କରିପାରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ଫର୍ଣ୍ଣାଣ୍ଡୋ ପ୍ରଶଂସନୀୟ ୧୦୪ ରନ କରିଥିଲେ । ତେବେ ୩୩୯ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ସବୁମତେ ପ୍ରଚେଷ୍ଟା କରିଥିଲେ ମଧ୍ୟ ଇଣ୍ଡିଜ୍ ଦଳ ୨୩ ରନରେ ପରାସ୍ତ ହୋଇଛି । ଦଳ ପକ୍ଷରୁ ନିକୋଲସ୍ ପୂରନ୍ ୧୦୩ଟି ବଲରେ ବିସ୍ଫୋରକ ୧୧୮ ରନ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୪ଟି ବିଶାଳ ଛକା ସହିତ ୧୧ଟି ଧୁଆଁଧାର ଚୌକା ସାମିଲ୍ ରହିଥିଲା । ଅନ୍ୟ କାରବୀୟାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଆଲେନ ୫୧ ଏବଂ କ୍ରିସ୍ ଗେଲ୍ ୩୫ ରନ କରିବାକୁ ସକ୍ଷମ ହୋଇଥିଲେ ।

ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଅଭିକ୍ଷା ଫର୍ଣ୍ଣାଣ୍ଡୋଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ କରାଯାଇଥିଲା । ଅବଶ୍ୟ ଏହି ଦୁଇଟି ଟିମ୍ ସେମିଫାଇନାଲ୍ ଖେଳିବାକୁ ବଞ୍ଚିତ ହୋଇଥିଲେ ମଧ୍ୟ ମ୍ୟାଚଟି କେବଳ ଔପଚାରିକତା ରକ୍ଷା କରିଥିଲା । ଏହି ଗୁରୁତ୍ୱହୀନ ମ୍ୟାଚଟିରେ କିନ୍ତୁ ଉଭୟ ଇନିଂସରେ ୩୦୦ରୁ ଅଧିକ ରନ ସଂଗ୍ରହ ଦର୍ଶକଙ୍କୁ ବେଶ୍ ଆମୋଦିତ କରିପାରିଥିଲା ।

Leave A Reply

Your email address will not be published.