Latest Odisha News

BREAKING NEWS

ତୃତୀୟ ଦିନିକିଆରେ ୧୧୦ ରନରେ ହାରିଲା ଭାରତ, ଶ୍ରୀଲଙ୍କା ସିରିଜ ବିଜୟୀ

କଲମ୍ବୋ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କା ୧୧୦ ରନରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଏଥିସହ ଶ୍ରୀଲଙ୍କା ୨-୦ରେ ସିରିଜ ବିଜୟୀ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୪୮ ରନ କରିଥିଲା । ଅଭିଷ୍କା ଫର୍ଣ୍ଣାଣ୍ଡୋ ୯୬ ରନ କରି ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । କୁଶଳ ମେଣ୍ଡିସ ୫୯ ରନ କରିଥିଲେ । ଭାରତ ପକ୍ଷରୁ ରିୟାନ ପରାଗ ୩ଟି ୱିକେଟ ନେଇଥିଲେ । ମହମ୍ମଦ ସିରାଜ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ୨୪୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୬.୧ ଓଭରରେ ୧୩୮ ରନ କରି ଅଲଆଉଟ ହୋଇ ଯାଇଥିଲେ ।

ରୋହିତ ଶର୍ମା ୩୫, ବିରାଟ କୋହଲି ୨୦ ଓ ୱାଶିଂଟନ ୩୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଡୁନିଥ ୱେଲାଲାଗେ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ମହୀଶ ତୀଖାନା ଓ ଜେଫରୀ ବାନ୍ଦରସେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଅଭିଷ୍କା ପ୍ଲେୟାର ଅଫ ଦି ମ୍ୟାଚ ଓ େଓଲାଲାଭେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । କୋଚ ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଟି୨୦ ସିରିଜ ଜିତିଥିବା ବେଳେ ଦିନିକିଆରେ ପରାଜିତ ହୋଇଛି । ରିୟାନ ପରାଗ ଏହି ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ଦିନିକିଆରେ ପଦାର୍ପଣ କରିଥିଲେ ।

Comments are closed.