Latest Odisha News

BREAKING NEWS

ଶ୍ରୀଲଙ୍କା ୨ ଉଇକେଟରେ ବାଂଲାଦେଶକୁ ହରାଇଲା

ଭୁବନେଶ୍ୱର : ଆଜି ପୁଣି ଏସିଆ କପରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିଛି। ଶ୍ରୀଳଙ୍କା ୨ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ଶେଷ ଓଭରରେ ଜିତିଛି ଶ୍ରୀଲଙ୍କା ।

 ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୩ ରନ କରିଥିଲା । ବାଲାଂଦେଶ ପକ୍ଷରୁ ମେହଦି ହସନ ମିରାଜ ୩୮ ରନ କରିଥିବାବେଳେ ସାକିବଲ ହସଲ ୨୪ରନ କରିଥିଲେ । ସେହିପରି ଆଫିଫ ହୁସେନ ୩୯ ରନ କରିଥିବାବେଳେ ମହମ୍ମଦୁଲ୍ଲା ଓ ମୋସାଦେକ ହୁସେନ ଯଥାକ୍ରମେ ୨୭ ଓ ୨୪ ରନ କରିଥିଲେ ।

ଶ୍ରୀଲଙ୍କା ପକ୍ଷରୁ କୁଶାଲ ମେଣ୍ଡିସ ସର୍ବାଧିକ ୬୦ ରନ କରିଥିଲେ ଏବଂ ଡାସୁନ ସାନକା ୪୫ ରନ କରିଥିଲେ । ୩ଟି ବଲ ବାକିଥାଇ ମ୍ୟାଚ ବିଜୟୀ ହୋଇଥିଲା ଶ୍ରୀଲଙ୍କା । ଏସିଆ କପ୍ ର ସୁପର ୪ ରୁ ଏବେ ବିଦାୟ ନେଇଛି ବାଂଲାଦେଶ ।

Comments are closed.