Latest Odisha News

BREAKING NEWS

ପାକିସ୍ତାନକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା

ଏସିଆ କପର ସୁପର ୪ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ଦେଇଥିଲା । ୧୭ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୧୨୪ ରନ୍ କରି ବିଜୟଲାଭ କରିଛି । ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।

ଦଳୀୟ ସ୍କୋର ୨୯ ଥିବାବେଳେ ଶ୍ରୀଲଙ୍କା ୩ ୱିକେଟ ହରାଇଥିଲା। ପରେ  ଭାନୁକା ରାଜପକ୍ଷ ଆସିବା ପରେ ପାଥୁମ ଓ ରାଜପକ୍ଷ ଦଳକୁ ଜିତିବା ସ୍ତରରକୁ ନେଇଯାଇଥିଲେ ।  ଭାନୁକା ୨୪ ରନ୍‌ କରି ଆଉଟ ହୋଇଯାଇଥିଲେ। ସେହିପରି ଦାସୁନ ସନକ  ୨୧ ରନ୍‌ କରି ଆଉଟ ହୋଇଯାଇଥିଲେ। କିନ୍ତୁ ପ୍ରଥମରୁ ପାଥୁନ ଓପନିଂରେ ଆସି ଶେଷ ପର୍ଯ୍ୟନ୍ତ ରହି ୫୫ ରନ୍‌ କରି ମ୍ୟାଚ ଜିତାଇବାରେ ସହାୟକ ହୋଇଥିଲେ। ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନର ଓପନର ମହମ୍ମଦ ରିଜଓ୍ବାନ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ବାବର ଆଜମ ୩୦ ରନ କରିଥିବାବେଳେ ଫକର ଜମାନ ଓ ଇଫତିକାର ଅହମଦ ୧୩ ରନ ଲେଖାଏଁ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ୩ଟି ଓ୍ବିକେଟ୍ ନେଇଥିବାବେଳେ ମହିଶ ତିକସନା ଓ ପ୍ରମୋଦ ମଧୁଶଙ୍କା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ ଆସନ୍ତା ରବିବାରଦିନ ଫାଇନାଲ ଖେଳିବେ ।

Leave A Reply

Your email address will not be published.