ଚେନ୍ନାଇ: ଚଳିତ ବିଶ୍ୱକପ କ୍ରିକେଟରେ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ ଗୁରୁବାର ମ୍ୟାଚରେ ୮ ୱିକେଟରେ ଶୋଚନୀୟ ଭାବେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇଛି । ଏଥିସହ ଇଂଲଣ୍ଡର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଛି । ୨୦୦୭ ପରଠାରୁ ବିଶ୍ୱକପରେ ଶ୍ରୀଲଙ୍କାକୁ ଇଂଲଣ୍ଡ ପରାସ୍ତ କରିପାରି ନାହିଁ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୩.୨ ଓଭରରେ ୧୫୬ ରନ କରି ଅଲଆଉଟ ହୋଇ ଯାଇଥିଲା । ବେନ ଷ୍ଟୋକ୍ସ ୪୩, ଜନୀ ବେୟାରଷ୍ଟୋ ୩୦ ଓ ଡାୱି ମାଲାନ ୨୮ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ୩ଟି ଏବଂ କାଶୁନ ରଜିଥା ଓ ଆଞ୍ଜେଲୋ ମାଥ୍ୟୁସ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ୧୫୭ ରନର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୨ଟି ୱିକେଟ ହରାଇ ହାସଲ କରି ନେଇଥିଲା ।
ପାଥୁମ ନିଶାଙ୍କା ୭୭ ଓ ସଦୀରା ସମରୱିକ୍ରମ ୬୫ ରନ କରି ଅପରାଜିତ ରହିଥିଲେ । କୁଶଳ ପେରିରା ୪ ଓ କୁଶଳ ମେଣ୍ଡିସ ୧୧ ରନ କରି ଆଉଟ ହୋଇ ଯାଇଥିଲେ । ଇଂଲଣ୍ଡ ପକ୍ଷରୁ ୨ଟି ଯାକ ୱିକେଟ ଡେଭିଡ ୱିଲୀ ଅକ୍ତିଆର କରିଥିଲେ । ଇଂଲଣ୍ଡ ୫ଟି ମ୍ୟାଚରୁ ୨ ପଂଏଟ ହାସଲ କରି ପଂଏଟ ଟେବୁଲରେ ୯ମ ସ୍ଥାନରେ ରହିଛି । ଅପରପକ୍ଷରେ ଶ୍ରୀଲଙ୍କା ୫ ମ୍ୟାଚରେ ୪ ପଂଏଟ ହାସଲ କରି ୫ମ ସ୍ଥାନକୁ ଉନ୍ନୀତ ହୋଇଛି । ଲାହିରୁ କୁମାରା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
Comments are closed.