Latest Odisha News

BREAKING NEWS

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ସପ୍ତମ ଦୀକ୍ଷାରମ୍ଭ ଉତ୍ସବ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ସପ୍ତମ ଦୀକ୍ଷାରମ୍ଭ ଉତ୍ସବ ଆଜି ୩୧ ଜୁଲାଇ ୨୦୧୮ ଦିନ ପାଳନ କରିଛନ୍ତି।୨୦୧୨ ରେ ଶୈକ୍ଷିକ ବର୍ଷ ଆରମ୍ଭ କରିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ନିଆରା ଅନୁଭବ ସାଙ୍ଗରେ ନିରାମିଷ ମାଦକ ମୁକ୍ତ କ୍ୟାମ୍ପସ ପ୍ରସ୍ତୁତ କରିଅଛି । ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ ଯେପରିକି ବାଣିଜ୍ୟ, ପ୍ରବନ୍ଧନ, କୃଷିବିଦ୍ୟା, ଆର୍କିଟେକ୍ଚର, ଯୋଗ,ସୁପ୍ରସାନ ଓ ଲୋକନୀତି,ସାମ୍ବାଦିକତା, ଚିତ୍ରକଳା, ଓଡିଶୀ ନୃତ୍ୟ, ପଦାର୍ଥ ବିଜ୍ଞାନ,କମ୍ପୁଟର, ଇଂରାଜୀ ଓ ସଂସ୍କୃତ ବିଷୟ ରେ ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରୁଅଛି ।

 

ସାତ ବର୍ଷ ପୂର୍ବେ କେବଳ ୪୬ ଜଣ ପ୍ରବନ୍ଦନ ର ଛାତ୍ର ଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ରେ ଆଜି ୨୦୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ଓଡିଶୀ ନୃତ୍ୟ ଓ ଯୋଗ ବିଭାଗ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ଦ୍ୱାରା ଆଜିର ସମାରୋହ ଆରମ୍ଭ ହେବା ପରେ ଛାତ୍ରମଙ୍ଗଳ ନିର୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ।

ଆଜିର କାର୍ୟ୍ୟକ୍ରମ ରେ ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠି,ଭାପ୍ରସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନକୁଁ ଜୀବନ ର ସମସ୍ତ କ୍ଷେତ୍ର ରେ କାର୍ୟ୍ୟ କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ଏବଂ ନିଜ କର୍ମ ଦ୍ୱାରା ଈଶ୍ୱର ଙ୍କୁ ପ୍ରାପ୍ତ କରିହେବ ବୋଲି କହିଥିଲେ ।

ବିଶ୍ୱବିଦ୍ୟାଳୟ ର ସଭାପତି ରଜିତା କୂଳକରଣୀ କହିଥିଲେ ଜୀବନ ରେ ଶ୍ରେଷ୍ଠତ୍ଵ ପ୍ରାପ୍ତି ପାଇଁ ୫ ଟି ବିଷୟ ସମ୍ପର୍କରେ ଅବଗତ କରାଇଥିଲେ ଏହା ମଧ୍ୟରୁ କଠିନ ପରିଶ୍ରମ,ଲେଖିବାର ଶକ୍ତି, ଅଧ୍ୟୟନ, ଜନସମ୍ପର୍କ ଓ କୃତଜ୍ଞତା ।

କୁଳପତି ଡ଼ ନନ୍ଦଲାଲ ସମାଜ ରେ ସେବା କରିବା ପାଇଁ ଛାତ୍ର ମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ କାର୍ମିକ ନିର୍ଦେଶକ ନରେନ୍ଦ୍ର ଲାମ୍ବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ପରିବାରକୁ ନୂତନ ଛାତ୍ରଛାତ୍ରୀ ମାନଂକୁ ସ୍ୱାଗତ ଜଣାଇଥିଲେ ।

ପରିଶେଷ ରେ କୂଳସଚିବ କମୋଡର ଘନଶ୍ୟାମ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

ଜଣେ ଅଭିଭାବକ କହିଥିଲେ ଯେ ତାଙ୍କ ର ପୁତ୍ରୀ ପ୍ରଥମ ଥର ପାଇଁ ହଷ୍ଟେଲ ରେ ରହି ଅଛି ସେଥିପାଇଁ ସେ ବ୍ୟସ୍ତ ରହୁଥିଲେ କିନ୍ତୁ ଏଠିକାର ପରିବେଶ ଓ ଆଜିର ମଞ୍ଚଆସୀନ ଅତିଥି ମାନଙ୍କ ବକ୍ତବ୍ୟ ଶୁଣି ସେ ଆଶ୍ୱସ୍ତ ଅନୁଭବ କରୁଛନ୍ତି ।

ବି ଏସ ସି ଓଷ୍ଟିଓପଥୀ ର ଛାତ୍ରୀ ସୁଶ୍ରୀ କାଜଲ ଦୋଷୀ କହିଥିଲେ କି ଆଜିର ଦୀକ୍ଷାରମ୍ଭ ଉତ୍ସଵ ବହୁତ ପ୍ରେରଣାଦାୟୀ ରହିଥିଲା ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨୦୧୨ ମସିହା ରେ ଆଧ୍ୟାତ୍ମିକ ଗୁରୁ ତଥା ଶାନ୍ତି ଦୂତ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଦ୍ଵାରା ପ୍ରତିଷ୍ଠା ହୋଇ ପୂର୍ବ ଓ ପାଶ୍ଚତ୍ୟ ର ଅପୁର୍ବ ସମାଗମ ରେ ନୂତନ ଧରଣ ଶିକ୍ଷାପ୍ରଦାନ କରୁଅଛି ।

Leave A Reply

Your email address will not be published.