ପୁରୀ : କରୋନା କଟକଣା ଲାଗୁ ହୋଇଥିବା ବେଳେ ଆଗକୁ ହେବାକୁ ଥିବା ରଥଯାତ୍ରା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲୱନ୍ତ ସିଂ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ପ୍ରାୟ ଅଧଘଣ୍ଟା ରୁଦ୍ଧ କୋଠରୀରେ ଏହି ବୈଠକ ହୋଇଥିଲା ।
କରୋନାକୁ ନେଇ ସାରା ବିଶ୍ୱରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏସବୁ ଭିତରେ ଘୋଷଯାତ୍ରା ଓ ଏହାର ନୀତିକାନ୍ତି କିପରି ଅନୁଷ୍ଠିତ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇଥିଲା ।
Comments are closed.