ଭୁବନେଶ୍ୱର: କରୋନା ମୁକାବିଲା ମଧ୍ୟରେ କୁନି କୁନି ସ୍କୁଲ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । କରୋନାକୁ ଡରିବା ନାହିଁ, ସାହାସର ସହ ସମସ୍ତେ ମିଳିମିଶି ଲଢ଼ିବା ବୋଲି ନବୀନ କହିଛନ୍ତି ।
ଆମେ ସମସ୍ତେ ହାତ ଧୋଇବା । ବାପା, ମା’ଙ୍କୁ ହାତ ଧୋଇବାକୁ ଏବଂ ଘରେ ରହିବାକୁ କହିବା । ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା । ଭାଇ ଭଉଣୀଙ୍କ ସାଙ୍ଗରେ ଝଗଡା ଲାଗିବା ନାହିଁ । ମନକୁ ଖୁସି ରଖିବା । ଗପ ବହି ପଢ଼ିବା, ଚିତ୍ର ଆଙ୍କିବା ଏବଂ ଏ ବର୍ଷର ସ୍କୁଲ ବହିକୁ କାଢ଼ି ଆଉଥରେ ପଢ଼ିବା । ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବାକୁ ଚେଷ୍ଟା କରିବା ବୋଲି ନବୀନ ପିଲାଙ୍କୁ ବାର୍ତ୍ତା ଦେଇଛନ୍ତି ।
ସେହିପରି ପିଲାଙ୍କୁ ସେ ଧର୍ମପଦ ଓ ବାଜି ରାଉତଙ୍କ ଉଦାହାରଣ ଦେଇଛନ୍ତି । କୋଣାର୍କ ମୁଣ୍ଡି ମାରିବାକୁ ସମସ୍ତେ ଡରିଥିଲେ । ହେଲେ ୧୨ ଧରମା କୋଣାର୍କ ମୁଣ୍ଡି ମାରିଥିଲା । ଠିକ୍ ସେହିପରି ୧୨ ବର୍ଷର ପୁଅ ବାଜି ରାଉତ ଇଂରେଜଙ୍କୁ ଛାଡି ନଥିଲା । ଆମେ ସବୁ ଧରମା ଓ ବାଜିଙ୍କ ପରି ସାହସୀ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
BREAKING NEWS
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ
- ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ
- ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ
- ଧନୀ ହେଉଛନ୍ତି ଆହୁରି ଧନୀ: ଆମେରିକା ଓ ଋଷିଆ ସମେତ ଭାରତର ସମ୍ପତ୍ତିକୁ ନେଇ ବଡ଼ ଖୁଲାସା

Comments are closed.