Latest Odisha News

BREAKING NEWS

ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଅସୁରକ୍ଷିତ ହୋଇପଡିଛି ଶ୍ରୀମନ୍ଦିର । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ଏହା ବିଫଳ ହୋଇଛି । କାରଣ ଭିତର ବେଢାର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଖବର ମୁତାବକ, ଦୁଇ ଜଣ ଯୁବକ ଭିତର ବେଢାରେ ସେଲ୍ଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏତେ ସୁରକ୍ଷା ସତ୍ତ୍ବେ ମୋବାଇଲ ଫୋନ କିପରି ଭିତରକୁ ଗଲା ଆଉ ଏତେ ଗହଳି ଭିତରେ କେହି କିପରି ଉଭୟଙ୍କୁ ଦେଖିପାରିଲେ ନାହିଁ ଯାହାକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି ।

Comments are closed.