Latest Odisha News

BREAKING NEWS

ହକି ମହାକୁମ୍ଭ: ନବୀନଙ୍କୁ ଭୁରିଭୁରି ପ୍ରଶଂସା କଲେ ଶାହରୁଖ୍ ଓ ମାଧୁରୀ

ଭୁବନେଶ୍ୱର : ଓଡିଶା ହକି ବିଶ୍ୱକପ୍-୨୦୧୮ର ଉଦଘାଟନୀ ମହାମହୋତ୍ସବର ସଫଳତା ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ଅଜସ୍ର ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ହକି ବିଶ୍ୱକପ୍ ଉଦଘାଟିତ ହୋଇଯାଇଛି । ହକି ମହାକୁମ୍ଭ ପାଇଁ କଳିଙ୍ଗ ଷ୍ଟାଡିୟମ୍ ରଙ୍ଗିନ ଆଲୋକମାଳରେ ସଜେଇ ହୋଇଥିବା ବେଳେ ଗତକାଲି ଉଦଘାଟନୀ ଉତ୍ସବର ସନ୍ଧ୍ୟାରେ ବଲିଉଡ ଅଭିନେତା ଶାହରୁଖ ଖାନ୍, ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଏ.ଆର ରହମାନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ।

ଏହି ଅବସରରେ ଶାହରୁଖ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ବସିଥିଲେ ଏବଂ ଅତ୍ୟନ୍ତ ଖୁସ୍ ମିଞ୍ଜାଜ୍ ସହ ଦୁହେଁ କିଛି ସମୟର ବାର୍ତ୍ତାଳାପ ମଧ୍ୟ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅତ୍ୟନ୍ତ ମନ୍ତ୍ରମୁଗ୍ଧ ହୋଇଯାଇଥିବା କିଙ୍ଗ୍ ଖାନ୍ ଟ୍ୱିଟ୍ କରି ରାଜ୍ୟବାସୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।

ସେହିପରି ଡାନ୍ସିଂ କ୍ୱିନ୍ ମାଧୁରୀ ମଧ୍ୟ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ତଥା ଓଡିଶା ବାସୀଙ୍କ ଆତିଥ୍ୟତା, ସ୍ନେହ ଓ ଭଲ ପାଇବାକୁ ପ୍ରଶଂସା କରଛିନ୍ତି । ଏଥିସହିତ ଏହି ମେଗା ଇଭେଣ୍ଟକୁ ସଫଳତା ପୂର୍ବକ ଆୟୋଜନ କରିଥିବାରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଆହୁରି ମଧ୍ୟ ସମାରୋହରେ ସାମିଲ ହୋଇଥିବା ଅନ୍ୟ ବଲିଉଡ ସେଲିବ୍ରିଟି ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି । ଏଥିସହିତ ମାଧୁରୀ ଭାରତୀୟ ହକି ଦଳକୁ ସେମାନଙ୍କ ମ୍ୟାଚରେ ଭଲ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.