Latest Odisha News

କରୋନା ପାଇଁ ମାସ୍କ ତିଆରି କରିବାକୁ ଆଗେଇ ଆସିଲେ ମହିଳା ଗୋଷ୍ଠୀ

କଟକ: କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି ।

ତେବେ କଫ, ଥଣ୍ଡା ତଥା କରୋନା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । ବର୍ଦ୍ଧିତ ଚାହିଦା
ଦୃଷ୍ଟିରୁ ବଜାରରେ ମାସ୍କର ଅଭାବ ଏବଂ କେତେକ କ୍ଷେତ୍ରରେ କଳାବଜାରୀ ଦେଖାଦେଇଛି ।

ଏହି ଭଳି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି କଟକର ୬ରୁ ଉର୍ଦ୍ଧ୍ୱ ମହିଳା ଗୋଷ୍ଠୀ । ସପ୍ତାହକ ମଧ୍ୟରେ ୧୦ହଜାରରୁ ଅଧିକ କଟନ ମାସ୍କ ତିଆରି କରି ଯୋଗାଇ ସାରିଲେଣି ।

ଏହି ଗୋଷ୍ଠୀଗୁଡିକ ଦ୍ୱାରା ତିଆରି କରାଯାଉଥିବା
ମାସ୍କଗୁଡିକ ପ୍ରତିଦିନ ଘରେ ଗରମ ପାଣିରେ ସଫା କରି ପ୍ରାୟ ୧୫ ଦିନ ଯାଏଁ ବ୍ୟବହାର କରିହେବ ବୋଲି କୁହାଯାଉଛିା

ତେବେ ବର୍ତ୍ତମାନ ପରିସ୍ଥିତିରେ ଅଧିକ ମାସ୍କର ଆବଶ୍ୟକତା ଦୃଷ୍ଟିରୁ ଆଉ କିଛି ମହିଳା ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯିବା ପାଇଁ ଉଦ୍ୟମ ହେଉଛି ।

କେବଳ ମାସ୍କ ତିଆରି ନୁହେଁ ଏହି ମହିଳାମାନେ କଟକ ଜିଲ୍ଲାରେ ଗାଁକୁ ଗାଁ ବୁଲି କରୋନା ନେଇ ସଚେତନ କରୁଛନ୍ତି ।

ମହିଳାମାନଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ବେଶ୍ ପ୍ରଶଂସା କରାଯିବା ସହିତ ଓଡିଶା ସରକାରଙ୍କ ପଂଚାୟତି ରାଜ ବିଭାଗ ପକ୍ଷରୁ ଏଥିନେଇ ସୋମବାର ଏକ ଟ୍ୱିଟ୍ କରାଯାଇଛି ।

Leave A Reply

Your email address will not be published.