ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନ ବିତିଗଲାଣି । ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହାରି ଭିତରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସଫେଇ ରଖିଛନ୍ତି ।
ରିୟା କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ କୋର୍ଟରେ ଅଛି, ଏଥିପାଇଁ ମୁହଁ ଚୁପ୍ ରହିଛି । ମୋତେ ନ୍ୟାୟ ବ୍ୟବସ୍ଥା ଉପରେ ପୁରା ଭରସା ଅଛି । ସତ ନିଶ୍ଚିତ ସାମ୍ନାକୁ ଆସିବ । ସତ୍ୟମେବ ଜୟତେ ।
FIR के बाद पहली बार सामने आयी #RiyaChakraborty कहा- मेरे बारे में कही जा रही ग़लत बातें, सत्यमेव जयते! #SushantSinghRajputDeathCase #SushantSinghRajput pic.twitter.com/Gx3Qg55NdF
— NBT Entertainment (@NBTEnt) July 31, 2020
ତେବେ ରିୟା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏଭଳି ଭିଡିଓ ପୋଷ୍ଟ କରି ପ୍ରଥମ ଥର ପାଇଁ ନିଜ ପ୍ରତିକ୍ରିୟା ରଖିଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓ ଏଭଳି ସମୟରେ ଆସିଛି ଯେତେବେଳେ ସୁଶାନ୍ତଙ୍କ ବାପା କେକେ ସିଂ ଏହି ମାମଲାରେ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହା ପୂର୍ବରୁ ସୁଶାନ୍ତଙ୍କ ବାପା ବିହାରର ରାଜୀବ ନଗର ଥାନାରେ ବହୁ ଗମ୍ଭୀର ଅଭିଯୋଗ ଆଣି ମାମଲା ରୁଜୁ କରିଛନ୍ତି। ସେବେଠାରୁ ଏହି ମାମଲା ଗଣମାଧ୍ୟମରେ ଜୋର ଧରିଛି।
ସୂଚନାଯୋଗ୍ୟ ଯେ, ବାନ୍ଦ୍ରାରେ ଥିବା ସୁଶାନ୍ତଙ୍କ ଘରେ ରିୟା ଏବଂ ସେ ଏକାଠି ଲିଭ୍ ଇନରେ ରହୁଥିଲେ। ସୁଶାନ୍ତଙ୍କ ମୃତ୍ୟୁର ୧ ସପ୍ତାହ ପୂର୍ବେ ଦୁହିଁଙ୍କ ଭିତରେ ଝଗଡା ଲାଗିବା କାରଣରୁ ରିୟା ତାଙ୍କ ଘରକୁ ଚାଲିଯାଇଥିଲେ। ଏହାପରେ ୧୪ ଜୁନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଥିଲା।
Comments are closed.