Latest Odisha News

କରୋନା କବଳରେ କୋଭିଡ ଯୋଦ୍ଧା: ପଜିଟିଭ ଚିହ୍ନଟ ହେଲେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ

ନୟାଗଡ଼: କରୋନା ସହ ଲଢୁ ଲଢୁ ଆଉ ଜଣେ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଷ୍ଟାଫ ନର୍ସ ଚିହ୍ନଟ ହୋଇଛନ୍ତି କୋରୋନା ପଜିଟିଭ ।

ପଜିଟିଭ ଚିହ୍ନଟ ପରେ ଖଣ୍ଡପଡ଼ା କୋଭିଡ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ଏହି ଷ୍ଟାଫ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ, ଡାକ୍ତର ଓ ଅନ୍ୟ ଷ୍ଟାଫ ନର୍ସଙ୍କୁ ହୋମ କ୍ବାରେଣ୍ଟାଇନରେ ପଠାଯାଇଥିବା ଜଣାପଡିଛି । କରୋନା ପଜିଟିଭ ଚିହ୍ନଟ ଷ୍ଟାଫ ନର୍ସଙ୍କ ନିକଟରେ କୌଣସି ପ୍ରକାରର କୋରୋନା ଲକ୍ଷଣ ନଥିଲେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

Leave A Reply

Your email address will not be published.