Latest Odisha News

BREAKING NEWS

ଭାରତ ସରକାରଙ୍କ କଟକଣା ପରେ ବିଶ୍ବବ୍ୟାପୀ ଘାରିଛି ଚାଉଳ ଚିନ୍ତା

ଦିଲ୍ଲୀ : ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ବିଶ୍ବବ୍ୟାପୀ ଚାଉଳ ମହଙ୍ଗା ହେବାରେ ଲାଗିଛି  । ଆଫ୍ରିକା ମହାଦେଶରୁ ଆରମ୍ଭ କରି ଏସିଆର ଅଧିକାଂଶ  ଦେଶରେ ଚିନ୍ତା ବଢିଯାଇଛି ।  ଗତ କିଛି ବର୍ଷ ହେବ କେନିଆରେ  ମରୁଡି ପରିସ୍ଥିତି ସୃଷ୍ଟି ହେବା ସହ ସାର ମୂଲ୍ୟ ବୃଦ୍ଧି ଯୋଗୁଁ  ଧାନ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ।  ଚାଉଳ ଅଭାବ କାରଣରୁ  ଏହି ଦେଶ ଭାରତରୁ ଚାଉଳ ଆମଦାନୀ କରୁଥିଲା ।  ମାତ୍ର ଭାରତ ସରକାର ଅଣ ବାସୁମତି ଧଳା ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ କେନିଆ ଦେଶ ଚିନ୍ତାରେ ପଡିଛି । ସେଠାରେ ପାଇକାରି ବିକ୍ରେତା ଚାଉଳ ପାଉନାହାନ୍ତି  । ଖୁଚୁରା ବଜାରରେ ଦିନକୁ ଦିନ ବଢିବାରେ ଲାଗିଛି ଚାଉଳ ଦାମ୍  । ଭାରତର କଟକଣା ପରେ ସାରା ବିଶ୍ବରେ ପାଖାପାଖି ୯.୫ ନିୟୁତ ଚାଉଳର ଅଭାବ ଦେଖାଦେଇଛି ।

ତେବେ ଆଗକୁ ଚାଉଳ ଅଭାବ ଦେଖାଯିବାର ଆଶଙ୍କା ଥିବାରୁ  ବହୁ ଦେଶ ଆଗୁଆ ଚାଉଳ କିଣି ମହଜୁଦ ରଖୁଛନ୍ତି । ୟୁଏଇ ମଧ୍ୟ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଛି  । ଏସିଆରେ ୯୦ ପ୍ରତିଶତ ଧାନ ଚାଷ ହେଉଥିବାବେଳେ ସେତିକି ପରିମାଣର ବ୍ୟବହାର ମଧ୍ୟ ହେଉଛି । ତେବେ ବର୍ତ୍ତମାନ ସ୍ଥିତିରେ ଭାରତର ପରବର୍ତ୍ତୀ ପଦକ୍ଷେପ ଉପରେ ସାରା ବିଶ୍ବର ନଜର ରହିଛି  । ସେପଟେ ଘଟଣାକୁ ନେଇ  ଖାଦ୍ୟ ସଚିବ କହିଛନ୍ତି ଆମର ସେଭଳି କୌଣସି  ଯୋଜନା ନାହିଁ  । ବର୍ତ୍ତମାନ ଉଷୁନା ଚାଉଳ ରପ୍ତାନୀ ଉପରେ କୌଣସି କଟକଣା ଲଗାଯାଇନି । ତେଣୁ କୂଟନୈତିକ ବାଟ ଦେଇ ରୁଷରୁ ଗହମ ଆମଦାନୀ କରିବା ପାଇଁ ମଧ୍ୟ କୌଣସି ଯୋଜନା ନାହିଁ ।

Comments are closed.