Latest Odisha News

BREAKING NEWS

ବାସ୍ତୁ ଅନୁସାରେ ଏହି ଦିଗରେ ତିଆରି କରନ୍ତୁ ସିଡି; ଘରେ ଭରିଯିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ଘରର ପ୍ରତ୍ୟେକଟି ଅଂଶ ପାଇଁ କିଛି ନିୟମ ରହିଛି । ଯାହାକୁ ମାନିବା ଦ୍ୱାରା ଘରେ ସୁଖସମୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି ।

ଆଜି ଆମେ ଆପଣଙ୍କୁ ଜଣାଇବୁ ବାସ୍ତୁ ନିୟମ ଅନୁସାରେ ଘରର ସିଢି ପାଇଁ କଣ ରହିଛି ନିୟମ ?

ବାସ୍ତୁଶାସ୍ତ୍ର ଅନୁସାରେ, ଘରର ସିଡିର ନିର୍ମାଣ ଉତ୍ତରରୁ ଦକ୍ଷିଣ ଆଡକୁ କିମ୍ବା ପୂର୍ବରୁ ପଶ୍ଚିମ ଆଡକୁ ହେବା ଉଚିତ । ପୂର୍ବ ଦିଗରେ ସିଡି ନିର୍ମାଣ କରୁଥିଲେ ତାହା ଯେପରି ପୂର୍ବ ଦ୍ୱାର ସହ ସଂଯୋଗ ହୋଇ ନରହିବ ତାହା ଧ୍ୟାନ ଦେବା ଉଚିତ ।

ସିଡି ପାଇଁ ଦକ୍ଷିଣ ପଶ୍ଚିମ ଦିଗ ହିଁ ସବୁଠାରୁ ଉତ୍ତମ ସ୍ଥାନ ହୋଇଥାଏ । ଏହି ଦିଗରେ ସିଡି ରହିଲେ ଘରେ ପ୍ରଗତି ହୋଇଥାଏ । ବାସ୍ତୁ ଅନୁଯାୟୀ, ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ସିଡି ନିର୍ମାଣ କରାଯିବା ଉଚିତ ନୁହେଁ ।

ଏହାଦ୍ୱାରା ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ହାନି, ଚାକିରି ଓ ବ୍ୟବସାୟରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଦକ୍ଷିଣ ପୂର୍ବରେ ସିଡି ରହିବା ଦ୍ୱାରା ତାହା କ୍ଷତିକାରକ ହୋଇଥାଏ । ଏହା ଯୋଗୁଁ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

ସିଡିର ବାସ୍ତୁଦୋଷ ଦୂର କରିବା ପାଇଁ ସିଡି ଆରମ୍ଭ ଓ ଶେଷରେ ଦ୍ୱାର ନିର୍ମାଣ କରନ୍ତୁ, ସିଡିର ତଳେ ଜୋତା-ଚପଲ କିମ୍ବା ବେକାର ସାମଗ୍ରୀ ରଖନ୍ତୁ ନାହିଁ ଏବଂ ମାଟି ପାତ୍ରରେ ବର୍ଷା ପାଣି ଭରି ତାହାକୁ ମାଟି ଢାଙ୍କୁଣିରେ ଢାଙ୍କି ସିଡି ତଳେ ପୋତି ଦିଅନ୍ତୁ । ଏହାଦ୍ୱାରା ବସ୍ତୁଦୋଷ କାଟି ଯାଇଥାଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.