Latest Odisha News

BREAKING NEWS

ଗୀତ ପସନ୍ଦ ନ ହେବାରୁ ଅଭିନେତ୍ରୀଙ୍କ ଉପରକୁ ଚେୟାର ଫିଙ୍ଗିଲେ ଦର୍ଶକ

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂ କୌଣସି ନା କୌଣସି କାରଣକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଫିଲ୍ମ ଏବଂ ମ୍ୟୁଜିକ ଭିଡିଓଗୁଡ଼ିକ ଅନେକ ହିଟ୍ ହୋଇଥାଏ । ସିଏ ଯୁଆଡ଼େ ଯାଆନ୍ତି ତାଙ୍କର ଟିକେ ଝଲକ ପାଇବା ପାଇଁ ପ୍ରଶଂସକମାନେ ଭିଡ଼ ଜମାନ୍ତି । ନିକଟରେ ଏକ ଇଭେଣ୍ଟରେ ଗୀତ ଗାଉଥିବା ବେଳେ ଦର୍ଶକଙ୍କୁ ପସନ୍ଦ ନ ହେବାରୁ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ତାଙ୍କୁ ଅଧାରୁ ସୋ’ ଛାଡ଼ିବାକୁ ପଡ଼ିଥିଲା ।

ନିକଟରେ ଆଇଏଏସ୍ ଅଧିକାରୀ ଅଭିଷେକ ସିଂ ଜୈନପୁରରେ ଗଣେଶ ଚତୁର୍ଥୀ ପାଇଁ ଏକ ଉତ୍ସବର ଆୟୋଜନ କରିଥିଲେ । ଅକ୍ଷରାଙ୍କୁ ଏହି ଉତ୍ସବରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ଯେତେବେଳେ ସେ ମଞ୍ଚକୁ ଆସିଲେ, ଲୋକମାନେ ତାଙ୍କୁ ଉତ୍ସାହିତ କରିଥିଲେ । ଲୋକଙ୍କ ଅନୁରୋଧ କ୍ରମେ ଅକ୍ଷରା ଦୁଇଟି ଗୀତ ଗାଇଲେ । କିନ୍ତୁ ଯେତେବେଳେ ସେ ତୃତୀୟ ଗୀତ ଗାଇବା ଆରମ୍ଭ କଲେ ସେତେବେଳେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହି ଗୀତଟି ଥିଲା ‘ଜାନ ମାରେ ଲକ୍ଷେ୍ନା÷ ଲେହେଙ୍ଗା’ । ଏହି ଗୀତ ଶୁଣି ଅନେକ ଲୋକ କ୍ରୋଧିତ ହେବା ସହ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ । ପରିସ୍ଥିତି ଏତେ ଭୟାବହ ହୋଇଗଲା ଯେ, ପୋଲିସକୁ ଲୋକଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଯାଇଥିଲା । ଶେଷରେ ତାଙ୍କୁ ଅଧାରୁ ଶୋ’ ଛାଡ଼ି ଯିବାକୁ ପଡ଼ିଥିଲା ।

Leave A Reply

Your email address will not be published.