Latest Odisha News

BREAKING NEWS

ରାଜଧାନୀରେ ଆରମ୍ଭ ହେଲା ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’

ଭୁବନେଶ୍ୱର: ରାଜଧାନୀସ୍ଥିିତ ସହିଦନଗର ଇଣ୍ଡୋର ଷ୍ଟାଡ଼ିୟମରେ ବୁଧବାର ଦିନ ‘ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା’ ଆରମ୍ଭ ହୋଇଛି ।ଏହି ପ୍ରତିଯୋଗିତା ‘ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ’ ଏବଂ ‘ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ’ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ।

ଏହି ୫ଦିନିଆ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ରେଢାଖୋଲ ବିଜେଡ଼ି ବିଧାୟକ ତଥା ‘ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ଆସୋସିଏସନ’ର ସଭାପତି ରୋହିତ ପୂଜାରୀ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

“ଏହି ପ୍ରତିଯୋଗିତା ରାଜ୍ୟର ଯୁବ ଖେଳାଳିଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ପ୍ରସ୍ତ୍ୁତ ହେବା ପାଇଁ ଏକ ସୁଯୋଗ । ରାଜ୍ୟର ଯୁବ ଖେଳାଳିମାନେ ଏହି ପ୍ରତିଯୋଗିତା ଯୋଗୁଁ କ୍ରୀଡ଼ା ପ୍ରତି ଅଧିକ ଉତ୍ସାହିତ ହେବେ,” ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗ ଲାଗି ୧୩ ବର୍ଷରୁ କମ୍, ୧୫ ବର୍ଷରୁ କମ, ୧୭ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ୍ ଖେଳାଳିମାନେ ପ୍ରତିଦ୍ୱଦ୍ୱିତା କରୁଛନ୍ତି । ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ଗାଇଡ଼ଲାଇନ ଅନୁଯାୟୀ ସିନିୟର ଏବଂ ଭେଟେରାନ ଗ୍ରୁପର ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ, ଡ଼ବଲ୍ସ ତଥା ମିକ୍ସଡ଼ ଡବଲ୍ସ କ୍ୟାଟେଗୋରୀରେ ପ୍ରତିଯୋଗିତା ହେବା ସହିତ ଏଥିରେ ଯୋଗ୍ୟତା ପର୍ଯ୍ୟାୟ ଏବଂ ଫାଇନାଲ୍ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ରାଜ୍ୟ ବ୍ୟାଡ୍ମିଂଟନ୍ ଆସୋସିଏସନ୍ ତରଫରୁ ୨୦୦ ଟଙ୍କାର ପଞ୍ଜୀକରଣ ଶୁଳ୍କ ଧାର୍ଯ୍ୟ କରାଯାଇଛି । ସିଙ୍ଗଲ୍ ଇଭେଂଟର ସମସ୍ତ ପ୍ରତିଯୋଗିତାରେ ପ୍ରତିଯୋଗୀ ପିଛା ୫୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ ଡବଲ ଇଭେଂଟର ସମସ୍ତ ପ୍ରତିଯୋଗିତାରେ ପ୍ରତିଯୋଗୀ ପିଛା ୧୦୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି । ପର୍ଯ୍ୟାୟ କ୍ରମେ ୧୩, ୧୫, ୧୭, ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସମସ୍ତ ପ୍ରତିଯୋଗିତା ଚଳିତ ମାସ ୨୮ ତାରିଖ ଦିନ ହେବାକୁ ଥିବା ବେଳେ ବରିଷ୍ଠ ଓ ପ୍ରବୀଣ ବର୍ଗର ସମସ୍ତ ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖ ଦିନ ଅନୁଷ୍ଠିତ ହେବ । କେବଳ ଓଡିଶା ରାଜ୍ୟ ବ୍ୟାଡ୍ମିଂଟନ୍ ଆସୋସିଏସନ୍ ଅଧୀନରେ ପଞ୍ଜୀକୃତ ହୋଇଥିବା ଖେଳାଳୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

Leave A Reply

Your email address will not be published.