Latest Odisha News

BREAKING NEWS

ଅନ୍‌ଲକ-୪ ଅର୍ଥନୀତିରେ ସୁଧାର ଆଣିବ: ବିଜେପି

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲାକ୍‌-୪ । ଏହି ଅନ୍‌ଲକ୍‌-୪ରେ ସମସ୍ତ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଛି । ଏହାଦ୍ୱାରା ଅର୍ଥନୀତିରେ ସୁଧାର ଆସିବ । ଏଥିସହ ଶାସନ ବ୍ୟବସ୍ଥାରେ ମଧ୍ୟ ଅସୁବିଧା ହେବନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସେ କହିଛନ୍ତି. ବ୍ୟବସ୍ଥା ଭିତରେ ଧୀରେ ଧୀରେ କଟକଣା କୋହଳ ହେଉଛି । ସାଧାରଣ ଜୀବନ ଯାତ୍ରାକୁ ଆଉ ଟିକେ ସାଧାରଣ କରିବା ପାଇଁ ଏଭଳି ନିଷ୍ପତି ନିଆ ଯାଇଛି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ନିୟମ କୋହଳ ପ୍ରକ୍ରିୟା ଦେଶରେ ସଫଳ ହୋଇଛି । ଦେଶରେ ମର୍ତ୍ୟୁ ହାର କମ ଅଛି । ଦେଶରେ ରିକଭରି ଅଧିକ ଅଛି, ସଂକ୍ରମିତ ସଂଖ୍ୟା ଲିମିଟେଡ଼ ଅଛି । ଏହା ଏକ ସଫଳ ପରୀକ୍ଷଣ । ଏହାଦ୍ୱାରା ରାଜନୀତି ଦୃଷ୍ଟିକୋଣରୁ ଲୋକ ସମାଲୋଚନା କରିଥାଇ ପାରନ୍ତି । ସମ୍ପୂର୍ଣ କହଳ କରାଯାଇନାହିଁ । କଟକଣା ସହିତ କିଛି ମାତ୍ରାରେ କୋହଳ କରାଯାଇଛି । ଏହା ଦ୍ୱାରା ଲୋକଙ୍କ ସୁବିଧା ହବ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖା ନଯାଉ ବୋଲି ବିଜେପି କହିଛି ।

ସେପଟେ ବିଜେଡି ଅନଲକ-୪ରେ ସଭାସମିତିରେ ଶହେ ଜଣ ଏକଠି ହୋଇପାରିବା ପ୍ରସଙ୍ଗକୁ ନେଇ ମତ ରଖିଛି । ଆଗରୁ ନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଲୋକ ହେଉଥିଲେ। ଏବେ ୧୦୦ ଲୋକଙ୍କୁ ଏକାଠି କରିବାରେ ସମସ୍ୟା ହେବ। ଏହା ନିୟନ୍ତ୍ରଣ ଭିତ୍ତିକ କାର‌୍ୟ୍ୟକ୍ରମ। ଭ୍ୟାକ୍ସିନ ନ ଆସିବା ଯାଏଁ ଏଭଳି ସ୍ଥିତି ଲାଗିରହିବ। କୋଭିଡ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିଷ୍ପତି ରାଜ୍ୟର ସ୍ଥିତିକୁ ଦେଖିକି ହୁଏ ବୋଲି ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।

Leave A Reply

Your email address will not be published.