Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ୧୦ଟି ପ୍ରସ୍ତାବ ଉପରେ ଲାଗିଛି ମୋହର। ଗୋପାଳପୁରରେ ଶିଳ୍ପ କରିଡର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସେହିପରି ଜଟଣୀ ଓ ଭୁବନେଶ୍ବର ତହସିଲ ଅଧିନରେ ଲିଜ୍ ସୂତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ମିଳିଛି। ଏସବୁ ଭୂମିହୀନ ପୁରୀ ପୌରସଂସ୍ଥା ଅଧୀନରେ ଲିଜ୍ ସୂତ୍ରରେ ଜମି ପାଇଥିଲେ ।

ସେହିପରି ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯିବ। ସରକାରୀ ସ୍କୁଲର ମାନ୍ୟତା ପାଇବ କଟକ ମାଧ୍ୟମିକ ବୋର୍ଡ ହାଇସ୍କୁଲ। ଓଡ଼ିଶା ସାମାଜିକ ସୁରକ୍ଷା ସେବା କ୍ୟାଡରର ସଂଶୋଧନ ହେବ । ଏଥିସହ MSME ନୀତି -୨୦୨୨ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ରେ ସଂଶୋଧନ କରାଯିବ । ଓଡ଼ିଶା ଜିଲ୍ଲା ଦେଓ୍ବାନି ଅଦାଲତ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ଅଧିନିୟମ-୨୦୦୮ରେ ସଂଶୋଧନ ହେବ।

ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଶୋଧ କରାଯିବ। ଏନେଇ ପରିବହନ ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ସ୍କ୍ରାପ୍‌ କରିବାକୁ ଇଚ୍ଛୁକ ଗାଡ଼ି ମାଲିକଙ୍କ ଜରିମାନା ଓ ଟିକସ ଛାଡ଼ ହେବ । ଟିକସ ଦେଇ ଗାଡ଼ି ଚଳାଇବାକୁ ଇଚ୍ଛା କଲେ, ଜରିମାନା ସଂପୂର୍ଣ୍ଣ ଛାଡ଼ କରାଯିବ।

Comments are closed.