Latest Odisha News

BREAKING NEWS

କୋଭିଡ କିଟ୍ ଦୁର୍ନୀତି, ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୁକାବିଲା ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁରୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।

ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ, ମାସ୍କ କିଣାରେ ଦୁର୍ନୀତି ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏବିଷୟରେ ଅବଗତ କରାଯାଇନାହିଁ । ତେଣୁ ସେ କିଛି ଜାଣିନାହାଁନ୍ତି । ରାଜ୍ୟ ସରକାର ତୁରନ୍ତ ଏଦୁର୍ନୀତି ଉପରେ ମତ ରଖନ୍ତୁ ନଚେତ୍ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଦଳ କହିଛି ।

ସେପଟେ କୋଭିଡ୍ କିଟ୍ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେବା ପରେ ମଧ୍ୟ ଆଜି ରାଜ୍ୟ ବିଜେପି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କରିଛନ୍ତି । ଏପ୍ରିଲ ୧୦ରେ ରାଜ୍ୟ ସରକାର ତ୍ରିସ୍ତରୀୟ ମାସ୍କ ପିଛା ୧୦ ଟଙ୍କାରେ ରେଟ୍ କ୍ୟାପିଂ କରିଛୁ କହିଲେ, ଏପ୍ରିଲ୧୭ରେ କେମିତି ୧୬ ଟଙ୍କାରେ କିଣିଲେ । ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଆମ ପାଖରେ ଯଥେଷ୍ଟ ମାସ୍କ ମହଜୁଦ ରହିଛି । କିନ୍ତୁ ପୁଣି ୨୦ ଲକ୍ଷ ମାସ୍କ କିଣିବାକୁ କାହିଁକି ଟେଣ୍ଡର ଅହ୍ୱାନ କଲେ ।

Leave A Reply

Your email address will not be published.