Latest Odisha News

BREAKING NEWS

ବିଧାନସଭାରେ ଉପସ୍ଥାପିତ ହେଲା କୃଷି ବଜେଟ୍, କାଳିଆ ଯୋଜନା ଲାଗି ୫୬୧୧ କୋଟି ବ୍ୟୟବରାଦ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଛି । ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟହବରାଟ ହୋଇଥିବା ବେଳେ କାଳିଆ ଯୋଜନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟରେ କୃଷିକୁ ପ୍ରାଧାନ୍ୟ ଦେଇଛନ୍ତି । ଏହାଫଳରେ କାଳିଆ ଯୋଜନା ଅନ୍ତର୍ଗତ ୭୫ ଲକ୍ଷ କୃଷକ ଉପକୃତ ହୋଇପାରିବେ । ଏହି ବଜେଟର ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

କୃଷି ବଜେଟର ମୁଖ୍ୟାଂଶ:

– ରାଜ୍ୟରେ କୃଷିର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଦାରିଦ୍ର‌୍ୟତାକୁ ହ୍ରାସ କରିବା ପାଇଁ ୨୦୧୮-୧୯ ରେ କାଳିଆ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।
– କୃଷକଙ୍କ ପିଲାମାନଙ୍କ ବୃତ୍ତି ଶିକ୍ଷା ପାଇଁ ବିଶ୍ୱବିଦ୍ୟାଳୟସ୍ତରରେ ବୃତ୍ତି ଯୋଗାଇ ଦିଆଯାଇଛି । ଏହି ଯୋଜନା ଲାଗି ୫ ହଜାର ୬୧୧ କୋଟି ବ୍ୟୟ ବରାଦ କରାଯାଇଛି ।
– ମୃତ୍ତିକା ସଂରକ୍ଷଣ ଓ ଦକ୍ଷତା ବିକାଶ ପାଇଁ ୨୧୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
– ପରମ୍ପରାଗତ କୃଷି ବିକାଶ ଯୋଜନା ମାଧ୍ୟମରେ ୧୦ ହଜାର ହେକ୍ଟର୍ ଜମିରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
– କୃଷିକୁ ଆଧୁନିକୀକରଣ କରିବା ସହିତ ବିଭିନ୍ନ ଯାନ୍ତ୍ରିକ ଉପକରଣ ଯୋଗାଇଦେବାକୁ ଏବଂ ଉନ୍ନତମାନର ପଦ୍ଧତିରେ କୃଷିକାର୍ଯ୍ୟ କରିବାକୁ ୧୮୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।
– ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନାରେ ୨୧୮ କୋଟି ବ୍ୟୟ ବରାଦ କରାଯାଇଛି ।
– କୃଷି ଗବେଷଣା ଏବଂ ଶିକ୍ଷା ଓ ଭିତ୍ତିଭୂମିର ବିକାଶ ଲାଗି ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
– ସାର ଯୋଗାଣ ଲାଗି ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
– ବିନା ସୁଧରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ୪ଶହ କୋଟି ବ୍ୟୟ ବରାଦ
– ଚଳିତ ବର୍ଷ ପେକ୍ସ ଜରିଆରେ ଚାଷୀଙ୍କଠାରୁ ୪୯ ଲକ୍ଷ ୯ ହଜାର ମେଟ୍ରିକ୍ ଟନ୍ ଧାନ ସଂଗୃହିତ
– ମତ୍ସ୍ୟଚାଷ ନିମନ୍ତେ ପୋଖରୀ ଖୋଳା ଲାଗି ରାଜ୍ୟର ମତ୍ସ୍ୟଚାଷୀଙ୍କ ଲାଗି ୫୦% ସବସିଡ଼ି

Leave A Reply

Your email address will not be published.