Latest Odisha News

ମେକ୍ ଇନ୍ ଓଡ଼ିଶା: ୬ ଲକ୍ଷ ଏସଏଚଜିକୁ ଏସଏମ୍ଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର : ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା  ଉଦ୍ୟୋଗୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ରାଜ୍ୟରେ ୬ ଲକ୍ଷ ଏସଏଚଜି କାମ କରୁଛନ୍ତି । ଏଗୁଡିକୁ ଏସଏମଇରେ ରୂପାନ୍ତରଣ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମାଆମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା  ଉପକାର ପାଇବେ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ।

BjdElectrycity

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍  ନୁହେଁ,ଏହା ଏକ ପବିତ୍ର  ଦାୟିତ୍ଵ।  ମା ମାନଙ୍କୁ  ସଶକ୍ତ  ନକରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୧ ରେ ଆରମ୍ଭ  ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ୭୦ ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି   ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରତି ଜିଲ୍ଲା ଫେଡେରେସନକୁ ଏକ  କୋଟି ଟଙ୍କାର  ରିଭଲଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ  ଲକ୍ଷ ଟଙ୍କାର ରିଭଲଭିଂ ପାଣ୍ଠି ଦିଆଯିବ  ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା  କରିଥିଲେ। ପଞ୍ଚାୟତ ସ୍ତରରେ  ଥିବା  ଫେଡେରେସନ  ପାଇଁ  ମାର୍କେଟ  କମ୍ପ୍ଲେକ୍ସ ସହ  ସ୍ଵତନ୍ତ୍ର  ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ତିରିଶଯାକ  ଜିଲ୍ଲାରେ ମାଇକ୍ରୋ, ମିନି  ଶିଳ୍ପ  ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି  ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up  ଉନ୍ମୋଚନ  କରିଥିଲେ ଏବଂ  କଟକ ମା ତାରିଣୀ ଏସଏଚଜିର କବିତା ସାହୁ,  ସୁନ୍ଦରଗଡ଼  ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା  ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ  କରିଥିଲେ।

ସେହିପରି ଏସଏଚଜିମାନଙ୍କୁ  ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ  କରିଥିଲେ । କାର୍ଯ୍ୟକ୍ରମରେ  ମିଶନ  ଶକ୍ତି  ବିଭାଗ ମନ୍ତ୍ରୀ ବାସନ୍ତୀ  ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ  ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ  କରିଥିଲେ ।

Leave A Reply

Your email address will not be published.