Latest Odisha News

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର:tସଭିଏଁ ପଢିବେ..ସଭିଏଁ ବଢିବେ ଏହି ଲକ୍ଷ୍ୟ ପୂରଣ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ରାଜ୍ୟର ସମିସ୍ତ ପିଲାଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।  

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ । ଏ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ଶିକ୍ଷା ବର୍ଷରୁ ଏହି ମାଗଣା ୟୁନିଫର୍ମ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ । ସମସ୍ତ ସରକାରୀ ସ୍କୁଲ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଏହି ଯୋଜନାରେ ୟୁନିଫର୍ମ ମିଳିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିା

ସୂଚନାଥାଉ କି, ଏହା ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନାରେ ୟୁନିଫର୍ମ ଯୋଗାଇ ଦିଆ ଯାଉଥିଲା । ହେଲେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ଯୋଜନାରୁ ବଞ୍ଚିତ ଥିଲେ । ଏବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି ।

Comments are closed.