Latest Odisha News

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପ୍ରତିଯୋଗିତା 

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ରେ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ଏକାଡେମୀ ପକ୍ଷରୁ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଷଷ୍ଠ ଓ ସପ୍ତମ ଶ୍ରେଣୀ (କନିଷ୍ଠ ବର୍ଗ) ନିମନ୍ତେ ତା୧୪.୦୭.୨୦୨୪ ରିଖ ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ (ବରିଷ୍ଠ ବର୍ଗ) ନିମନ୍ତେ ତା୧୭.୦୭.୨୦୨୪ରିଖ ଦିନ ଭୁବନେଶ୍ଵରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ବିଭାଗରୁ ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର  କରିଥିବା ମୋଟ ୨୪ଜଣ ଛାତ୍ର ଛାତ୍ରୀଙ୍କୁ ଆସନ୍ତା ତା ୨୫.୦୭.୨୦୨୪ରିଖ ଦିନ ଭୁବନେଶ୍ଵରସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଅନୁଷ୍ଠିତ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ

Comments are closed.