Latest Odisha News

BREAKING NEWS

ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା

ଭୁବନେଶ୍ବର : ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଘୋଷଣା ହୋଇଛି ବିଜେପିର ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ରାଜ୍ୟସ୍ତରୀୟ ପୌରାଞ୍ଚ କମିଟି । ରାଜ୍ୟ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଏହି କମିଟିରେ ୧୭ ଜଣ ସଦସ୍ୟ ଅଛନ୍ତି ।

କେଭି ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି । ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବାରିପଦା, ରାଇରଙ୍ଗପୁର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ବର ଓ ଖୋର୍ଦ୍ଧା ଦାୟିତ୍ବ ଦିଆଯାଇଛି । ସେହିପରି ବରିଷ୍ଠ ନେତା ନୟନ କିଶୋରମହାନ୍ତି, ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ ଓ ବିନୋଦ ଦାସଙ୍କୁ କଟକ ସହର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ବର ଓ ଭଦ୍ରକ, ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ କଟକ ସଦର, ପୂର୍ବତନ ନଗରପାଳ ନିହାର ରାୟଙ୍କୁ ପାନପୋଷ, ପୂର୍ବତନ ନଗରପାଳ ସୁନୀଲ ଶର୍ମାଙ୍କୁ ଅନୁଗୁଳ ଓ ଢ଼େଙ୍କାନାଳ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବର ମହାନଗର ନିଗମର ଉପନଗରପାଳ ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼, ଦିଲ୍ଲୀପ ମହାନ୍ତି ଓ ତିରୁପତି ନାୟକଙ୍କୁ ଗଜପତି, ଗଞ୍ଜାମ ଓ ଘୁମୁସର, ନୟନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା, ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର, ସୀମାଞ୍ଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡ଼ା ଓ ବରଗଡ଼, ଦିଲୀପ ମିଶ୍ରଙ୍କୁ କେନ୍ଦୁଝର, ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.