Latest Odisha News

BREAKING NEWS

ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ବାଜି ମାରିଲା ଟିମ କଟକ

ଭୁବନେଶ୍ୱର: ୭୦ତମ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । କଟକ ଟିମ ୩୧୨ ପଂଏଟ ସହ ଓଭରାଲ ଚାମ୍ପିୟନ ହୋଇଛି । ସୁନ୍ଦରଗଡ ୨୦୦ ପଂଏଟ ସହ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ୨୦ ବର୍ଷରୁ କମ ବାଳିକା ବିଭାଗରେ ସୁନ୍ଦରଗଡ(୮୬ ପଂଏଟ) ଏବଂ ବାଳକ ବିଭାଗରେ କଟକ(୬୧ ପଂଏଟ) ଚାମ୍ପିୟନ ହୋଇଛି ।

ସେହିପରି ୨୩ ବର୍ଷରୁ କମ ବାଳିକା ବିଭାଗରେ ୩୭ ପଂଏଟ ସହ ସୁନ୍ଦରଗଡ ଏବଂ ୮୦ ପଂଏଟ ସହ କଟକ ଟାଇଟଲ ହାସଲ କରିଛନ୍ତି । ଓଡିଶା ପୋଲିସ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ ଓଡିଶା ଆଥଲେଟିକ୍ସ ଆସୋସିଏଶନର ସଭାପତି ଜିଏସ ପଟ୍ଟନାୟକ, ଓଏଏ ସେକ୍ରେଟାରୀ ଆଶୀର୍ବାଦ ବେହେରା, ହକି ପ୍ରମୋଶନାଲ କାଉନସିଲର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ ।

ଚାମ୍ପିୟନଶିପରେ ଓଭରାଲ ୨୨ ମିଟ ରେକର୍ଡ ସ୍ଥାପନ ହୋଇଥିଲା । ଭୁବନେଶ୍ୱରର ଅନୀମେଶ କୁଜୁର ୨୩ ବର୍ଷରୁ କମ ୧୦୦ ଓ ୨୦୦ ମିଟରରେ ୨ଟି ମିଟ ରେକର୍ଡ ସ୍ଥାପନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡାର ସ୍ୱାଗତ କୁମାର ବେହେରା, ମୟୁରଭଞ୍ଜର ସୁନାରାମ ମୂର୍ମୂ, ପ୍ରଦୀପ ମହନ୍ତ, କଟକର ନିଖିଳ ଦାସ, ଚିରଞ୍ଜୀବ ସିଂ, କିଟର ଅର୍ପିତା ଅର୍ଚ୍ଚନା ସାହୁ, ସୁନ୍ଦରଗଡର ଧନମତି ଖେସ, କଟକର ଜ୍ୟୋତିପ୍ରକାଶ ନାୟକ, ପାରାଦୀପ ଦିବ୍ୟା ସାଣ୍ଡିଲ୍ୟା, ନିକିତା ପୂର୍ବୀୟା ମଧ୍ୟ ସେମାନଙ୍କ ବିଭାଗରେ ମିଟ ରେକର୍ଡ ସ୍ଥାପନ କରିଥିଲେ ।

Leave A Reply

Your email address will not be published.