Latest Odisha News

BREAKING NEWS

କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍

ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ । ମେ ୨୪ରୁ ଅଗଷ୍ଟ ୨୩ ତାରିଖ ଯାଏଁ ୩ ମାସ ଧରି ହେବାକୁ ଥିବା ସର୍ଭେ ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ୍ । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏହି ୩ ମାସ ମଧ୍ୟରେ ଘରକୁ ଘର ବୁଲି ଜ୍ବର ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ଆକ୍ରାନ୍ତଙ୍କୁ ଔଷଧ ବ୍ୟବସ୍ଥା କରାଯିବ । ଆବଶ୍ୟକସ୍ଥଳେ କରୋନା ଆକ୍ରାନ୍ତଙ୍କୁ ହସପିଟାଲ ପଠାଇବାକୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ ଲକ୍ଷଣ ଚିହ୍ନଟ ହୁଏ, ତେବେ ସେମାନଙ୍କୁ ନିକଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ କରାଯିବ । ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନ କରିବେ ଆଶାକର୍ମୀ । ସଠିକ୍ ଭାବେ ମାସ୍କ ବ୍ୟବହାର ଓ ହାତ ଧୋଇବା ନେଇ ଲୋକଙ୍କୁ ବୁଝାଇବେ । ସେହିପରି ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ କରୋନା ରୋଗୀଙ୍କୁ ମଧ୍ୟ ଚିହ୍ନଟ କରିବେ ଆଶାକର୍ମୀ । ଦୈନିକ ଅତିକମରେ ୨୦ଟି ଘର ବୁଲି ସର୍ଭେ କରିବେ ଆଶାକର୍ମୀ । ଏନେଇ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

Comments are closed.