ଭୁବନେଶ୍ୱର: ସରିଲା ଭୁବନେଶ୍ୱର ଜୟଦେବ ଭବନରେ ନବୀନ ସୁତ୍ରଧର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ । ଗ୍ରାମ୍ୟ ଜୀବନ, ପ୍ରକୃତି ଓ ବନ୍ୟ ପ୍ରାଣୀ, ଭାବଭଙ୍ଗି ଉପରେ ଆଧାରିତ ହୋଇଥିବା ଏହି ଫଟୋ ପ୍ରଦର୍ଶନୀରେ ସାରା ରାଜ୍ୟ ୮୦ ଜଣ ପ୍ରତିଯୋଗୀଙ୍କର ୨୫୩ଟି ଫଟୋ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଉଚ୍ଚକୋଟିର ଫଟୋ ପାଇଁ ଶ୍ରେଷ୍ଠ ୩ ଜଣ ଫଟୋଗ୍ରାଫର ଅଜିତ ପାଢ଼ୀ, ବୈଦ୍ୟନାଥ ନାୟକ ଓ ସତ୍ୟଜିତ ଦାସଙ୍କୁ ସମ୍ମାନୀତ କରାଯାଇଥିଲା । ଏଥି ସହିତ ତିନିଜଣ ଫଟୋଗ୍ରାଫର ସନ୍ଦୀପ ପ୍ରିୟଦର୍ଶୀ, କଳ୍ପନା ରଥ ଓ ଆଶୁତୋଷ ପାଢ଼ୀଙ୍କୁ ଦୃଷ୍ଟି ଆକର୍ଷଣକାରୀ ଫଟୋ ପାଇଁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ୫ଜଣ ବ୍ୟକ୍ତି ବିଶେଷଙ୍କୁ ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତି, ସମାଜସେବୀ ମାନସ ବସ୍ତିଆ, ରାଜ୍ୟସଭାପତି ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଅଭିଳାଷ ପଣ୍ଡା, ଶୟଦ ୟାଶିର ନୱାଜ, ରାଜ୍ୟ ସଭାପତି ଛାତ୍ର କଂଗ୍ରେସ ଓ ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ପାର୍ଥ ସାରଥୀ ମୁଦୁଲି । ନୂଆ ଫଟୋଗ୍ରାଫରମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ କରାଯାଇଥିବା ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ମୁଖ୍ୟଅତିଥି, ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମାଜସେବୀ ବନ୍ଦନା ଶ୍ରୀଚନ୍ଦନ ,ଆୟୋଜକ ନବୀନ ସୁତ୍ରଧର ଟ୍ରଷ୍ଟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
Comments are closed.