Latest Odisha News

BREAKING NEWS

ଆର୍ଥିକ ବିକାଶ ପାଇଁ କେନ୍ଦ୍ର-ରାଜ୍ୟ ମିଳିତ କାମ କରିବା ଜରୁରୀ: ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କରୋନା ଲଢ଼େଇରେ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାମ କରିଥିଲେ । ସେଥିପାଇଁ ମହାମାରୀ ମୁକାବିଲାରେ ଭାରତକୁ ସଫଳତା ମିଳିଛି । ମିଳିତ ଲଢେଇ ଯୋଗୁ କରୋନା ମୁକାବିଲାରେ ସାରା ବିଶ୍ୱରୁ ଭାରତକୁ ମିଳିଛି ପ୍ରଶଂସା । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରୀ ଓ ସହଯୋଗ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

– ଦେଶ ବିକାଶ ପାଇଁ ଆଉ ଅପେକ୍ଷା କରି ହେବ ନାହିଁ । ମିଳିତ ଭାବରେ କାମ କଲେ ସଫଳତା ମିଳିବ । ମୋଦି କହିଛନ୍ତି, ଦେଶର ଗରିବ ଶ୍ରେଣୀର ଲୋକଙ୍କ ଜୀବନଧାରାରେ ପରବର୍ତ୍ତନ ଆସୁଛି । ଦେଶରେ ପୁଞ୍ଜି ନିବେଶ ଦିଗରେ ପ୍ରୟାସକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଜ୍ ଅଫ ଡୁଇଂ ବିଜନେସକୁ ଅଧିକ କ୍ରିୟାଶୀଳ କରିବାକୁ ହେବ ।

– କୋଭିଡ ସମୟରେ କୃଷି କ୍ଷେତ୍ରରେ ଭାରତର ରପ୍ତାନୀ ବୃଦ୍ଧି ଘଟିଛି । ଆମର ଉତ୍ପାଦଗୁଡିକର ଅପଚୟ ଯଥାସମ୍ଭବ କମ୍ କରିବା ଓ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ଉପରେ ଧ୍ୟାନ ଦେବା ଉଚିତ୍ ।

– ବିଭିନ୍ନ କ୍ଷେତ୍ର ପାଇଁ କେନ୍ଦ୍ର ସରକାର PLI ଯୋଜନା ପ୍ରଣୟନ କରିଛନ୍ତି। ଦେଶରେ ଉତ୍ପାଦନ ବୃଦ୍ଧି ପାଇଁ ଏହା ଏକ ଉତ୍କୃଷ୍ଟ ସୁଯୋଗ । ରାଜ୍ୟଗୁଡିକ ମଧ୍ୟ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ସହ ଅଧିକରୁ ଅଧିକ ନିବେଶ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ।

– ଚଳିତ ବର୍ଷର ବଜେଟରେ ଭିତ୍ତିଭୂମି ପାଇଁ ପ୍ରଦାନ କରାଯାଇଥିବା ପାଣ୍ଠି ଉପରେ ମଧ୍ୟ ଅନେକ ଆଲୋଚନା ହେଉଛି । ଏହା ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ଓ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାର ଏକ ଗୁଣାତ୍ମକ ପ୍ରଭାବ ରହିବ ।

– ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ହେଉଛି ଏମିତି ଏକ ଭାରତ ଗଠନ କରିବାର ଉଦ୍ଦେଶ୍ୟ, ୟେଉଁଥିରେ କେବଳ ନିଜ ଆବଶ୍ୟକତା ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ମଧ୍ୟ ଉତ୍ପାଦନ କରିବ ।

– ଦେଶର ବିକାଶ ଯାତ୍ରାରେ ଦେଶର ବେସରକାରୀ କ୍ଷେତ୍ର ଅଧିକ ଉତ୍ସାହର ସହିତ ଆଗକୁ ବଢୁଛି । ସରକାର ହିସାବରେ ଆମକୁ ମଧ୍ୟ ଏହି ଉତ୍ସାହ, ବେସରକାରୀ କ୍ଷେତ୍ରକୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ଅଧିକ ସୁଯୋଗ ଦେବାକୁ ପଡ଼ିବ ।

– କୋଅପରେଟିଭ୍ ଫେଡେରାଲିଜିମକୁ (ସଂଘୀୟ ବ୍ୟବସ୍ଥା) ଅଧିକ କ୍ରିୟାଶୀଳ କରିବା । ଆମକୁ କେବଳ ରାଜ୍ୟ ମଧ୍ୟରେ ନୁହେଁ, ଜିଲ୍ଲାସ୍ତରରେ ମଧ୍ୟ ପ୍ରତିଯୋଗିତାମୂଳକ ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ପ୍ରଚଳନ କରିବାକୁ ହେବ । ଯାହାଦ୍ୱାରା ବିକାଶର ପ୍ରତିଯୋଗିତା କ୍ରମାଗତ ଭାବରେ ଜାରି ରହିବ ।

Leave A Reply

Your email address will not be published.