ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ବର୍ଷିଲେନି, ଖୋଲା ଚାଲେଞ୍ଜ ଦେଲେ । କହିଲେ, ‘ଦମ ଅଛି ତ, ଚାକିରି ଛାଡି ମଇଦାନକୁ ଆସ । ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ ବୋଲି କହିଲେ ଅପରାଜିତା । ‘ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ? ଯଦି ରାଜନୀତି କରିବାକୁ ଇଚ୍ଛା, ଚାକିରି ଛାଡ଼ି ମଇଦାନକୁ ଓହ୍ଲାନ୍ତୁ ବୋଲି କହି ଚାଲେଞ୍ଜ ଦେଲେ ସାଂସଦ ଅପରାଜିତା ।
ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପ୍ରୋଟୋକଲ ଅନୁସାରେ କିଏ ଉପରେ କିଏ ତଳେ ସମସ୍ତେ ଜାଣନ୍ତି । ହେଲେ ଏଠି ରାଜ୍ୟରେ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରୀୟ ଅଧିକାରୀ ହାଇଜାକ କରି ନେଇଛନ୍ତି । ନିୟମର ଉଲ୍ଲଙ୍ଘନ କରି ସଚିବ ଜନସଭା କରିବା ସହ ଉନ୍ନୟନ ପ୍ରକଳ୍ପର ଘୋଷଣା କରୁଛନ୍ତି । ଏ ସବୁ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଛନ୍ତି ବୋଲି କହୁଛନ୍ତି । ଯଦି ସଚିବଙ୍କ କଥା ସତ ତେବେ, ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା । ଯଦି ଦେଇଛନ୍ତି ତେବେ ଏକଥା ସେ ସମସ୍ତଙ୍କ ସମ୍ମୁଖରେ ରଖିବା ଉଚିତ ବୋଲି କହିଛନ୍ତି ସାଂସଦ ।
ସାଂସଦ ପ୍ରଶ୍ନ କରିଛନ୍ତି, ମୁଖ୍ୟମନ୍ତ୍ରୀ ଜଣେ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ଦାୟିତ୍ୱ ଦେଇଛନ୍ତି କି ? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି ? ଯଦି ଦେଇଛନ୍ତି, ସେ ଅର୍ଡର କାହିଁ ? ଯଦି ତାଙ୍କ ରୁମ ଭିତରେ ଏପରି ଆଦେଶ ଦେଇଛନ୍ତି ତେବେ ଏହା ଓଡ଼ିଶା ଶାସନବ୍ୟବସ୍ଥା ଉପରେ ବହୁତ ବଡ ପ୍ରଶ୍ନବାଚୀ ଲାଗୁଛି ।’
ସାଂସଦ ଷଡଙ୍ଗୀ କହିଛନ୍ତି, ସଚିବ ପହଞ୍ଚିବା ପୂର୍ବରୁ ନିର୍ବାଚିତ ଜନପ୍ରତିନିଧି ତାଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି । ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ । ୨/୩ ଜଣ ମନ୍ତ୍ରୀ ଏସବୁ ବ୍ୟବସ୍ଥା କରୁଥିବା କୁହାଯାଉଛି । ସେଠାରେ ସ୍ଥାନୀୟ ସାଂସଦ, ବିଧାୟକମାନଙ୍କୁ ଦେଖା ଯାଉନାହିଁ । ବିଧାୟକ, ମନ୍ତ୍ରୀମାନଙ୍କୁ ଦାସତ୍ବ ସ୍ବୀକାର କରିବାକୁ ପଡୁଛି । ସଂପୃକ୍ତ ସଚିବ ଯୁଆଡ଼େ ଯାଉଛନ୍ତି, ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହେଉଛି । ତାଙ୍କ ଉପରେ ଫୁଲ ପକାଯିବା, ପାଦ ଧୋଇବା ଫଟୋ ଆସୁଛି ବୋଲି କହି ବର୍ଷିଥିଲେ ସାଂସଦ ।
ମାନ୍ୟବର ମୁଖ୍ୟମନ୍ତ୍ରୀ କଣ ଜଣେ ନିମ୍ନପଦସ୍ଥ ସଚିବ ସ୍ତରର ଅଧିକାରୀଙ୍କୁ ରାଜ୍ୟସାରା ବୁଲି ବୁଲି ପ୍ରକଳ୍ପ ଏବଂ ଯୋଜନା ଘୋଷଣା କରିବା ପାଇଁ ବିଧିବଦ୍ଧ ଭାବେ ଅଧିକାର ପ୍ରଦାନ କରିଛନ୍ତି କି ? ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କୁ ଅଣଦେଖା କରିବା କିମ୍ବା ଅନୁପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି କି ? କେତକ ସ୍ଥାନରେ ନିର୍ବାଚିତ ସାଂସଦ, ବିଧାୟକ ମାନଙ୍କୁ ଫୁଲତୋଡ଼ା ଧରି ନିମ୍ନପଦସ୍ତ ସରକାରୀ ସଚିବ ସ୍ତରର ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି କି ?
Comments are closed.