Latest Odisha News

BREAKING NEWS

ରାଜ୍ୟବ୍ୟାପୀ ଘଣ୍ଟ ବାଡ଼େଇ ଏନଏମଏ ବାଇ ଲ’କୁ ବିରୋଧ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଏନେଇ ଆଜି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ କରି ପ୍ରତିବାଦ କରାଯାଇଛି । ଏନଏମଏ ବାଇ-ଲ’ ପ୍ରତ୍ୟାହାର ଦାବିରେ ନିଖିଳ ଓଡ଼ିଶା ସେବାୟତ କମିଟି ଡାକରାରେ ରାଜ୍ୟର ସବୁ ମନ୍ଦିର ଆଗରେ ହୋଇଛି ଘଣ୍ଟାମାଡ ।

ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ-ଲ’କୁ ବିରୋଧ କରାଯାଇଛି । ଲିଙ୍ଗରାଜ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟା ବାଡେଇ ପ୍ରତିବାଦ କରିଛନ୍ତି । ଏହାସହ ଆସନ୍ତାକାଲି ଏଏସଆଇ ଅଫିସ ଘେରାଉ କରିବ ଲିଙ୍ଗରାଜ ସେନା । ଏନଏମଏର ଚିଠା ପ୍ରସ୍ତାବକୁ ବିରୋଧ କରି ପୂର୍ବରୁ କଂଗ୍ରେସ ଦସ୍ତଖତ ଅଭିଯାନ କରିଥିବା ବେଳେ, ଲିଙ୍ଗରାଜ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରିଥିଲେ ଭୁବନେଶ୍ବର ବାସିନ୍ଦା

Leave A Reply

Your email address will not be published.