ଭୁବନେଶ୍ୱର: ଅକ୍ଟୋବରରେ ପୁଣି ଆସିବ କି ବାତ୍ୟା ? ଓଡ଼ିଶା ଉପକୂଳରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ, ଅକ୍ଟୋବର ତୃତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାର ରୂପ ନେବ । ତେବେ ଏନେଇ ଏଯାବତ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରି ନାହିଁ ।
ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ,
ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ
ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ
ତେଣୁ ଆପଣମାନେ "#ଗୁଜବ" ଠାରୁ ଦୁରେଇରୁହନ୍ତୁ pic.twitter.com/WTxjUkNiYW— Meteorological Centre, Bhubaneswar (@mcbbsr) October 12, 2022
ତେବେ ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଲୋକଙ୍କୁ ବିବ୍ରତ କରୁଛି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ସମ୍ଭନ୍ଧରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡ଼ିତ ସଠିକ୍ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ । ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।
ଏବେ ରାଜ୍ୟରେ ବାତ୍ୟା ନେଇ କୌଣସି ଆକଳନ ପାଣିପାଗ ବିଭାଗ କରି ନାହିଁ । ବର୍ଷା ପରିମାଣ କମିଥିବା ବେଳେ ବିଜୁଳ ଘଡ଼ଘଡ଼ି ଜନିତ ବର୍ଷା ଲାଗି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିବା ବେଳେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପ କମିବାରେ ଲାଗିଛି । ଫଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ଥିବା କୁହାଯାଉଛି ।
Comments are closed.