Latest Odisha News

BREAKING NEWS

କରୋନା ମୁକାବିଲା: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କରୋନା ଭୟରେ ସାରାଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ଅଯଥା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏହି ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ଭାରତୀୟ ରେଳ ପକ୍ଷରୁ ପ୍ରାୟ ଏକ ଲକ୍ଷ ୱାଗନରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଲୋଡ କରାଯାଇଥିବା ରେଳବାଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏସବୁ ସାମଗ୍ରୀ ମଧ୍ୟରେ ଖାଦ୍ୟ ଶସ୍ୟ, କ୍ଷୀର, ଖାଇବା ତୈଳ, ପିଆଜ, ଫଳ ଓ ପନିପରିବା, ଚିନି, ଲୁଣ ପେଟ୍ରୋଲିୟମ ପଦାର୍ଥ, କୋଇଲା ଇତ୍ୟାଦି ରହିଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଭିଡିଓ ବାର୍ତ୍ତା ଜରିଆରେ ଓଡିଶାକୁ ଅନ୍ୟ ରାଜ୍ୟରୁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକଗୁଡିକ ସହଯୋଗ କରିବା ପାଇଁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେ ଏଭଳି ଟ୍ରକଗୁଡିକୁ ରାଜ୍ୟକୁ ସ୍ୱାଗତ କରୁଥିବା କହିବା ସହିତ ଓଡିଶା ମଧ୍ୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ହେଲପ ଲାଇନ ନମ୍ବର ୦୬୭୪-୨୬୨୦୨୦୦ ରେ ଯୋଗେଯାଗ କରିବାକୁ କହିଛନ୍ତି । ଏହି ହେଲପ ଲାଇନ ନମ୍ବରଟି ସକାଳ ୮ଟାରୁ ରାତି ୧୦ଟା ଯାଏଁ ଖୋଲା ରହିଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.