Latest Odisha News

ରାୟଗଡାରୁ ବାଘ ଛାଲ ଜବତ କଲା ଏସଟିଏଫ୍

ରାୟଗଡା: ଜବତ ହେଲା ଆଉ ଏକ ବାଘ ଛାଲ । ଏସଟିଏଫ ଟିମ ଚଢ଼ାଉ କରି ରାୟଗଡା ଜିଲ୍ଲା ବାଙ୍ଗି ଛକ ନିକଟରୁ ଏକ ଚିତା ବାଘର ଛାଲ ଜବତ କରିଛି। ଏହି ମାମଲାରେ ଜୟନ୍ତ ବିଭାରକୁ ଏସଟିଏଫ ଟିମ୍ ଗିରଫ କରିଛି। ଜବତ ବାଘ ଚମଡାକୁ ଗୁଣୁପୁର ବନ ବିଭାଗକୁ ହସ୍ତାନ୍ତର ଏସଟିଏଫ ଟିମ୍ ହସ୍ତାନ୍ତର କରିଥିବା ସୂଚନା ରହିଛି।

ଏହି ବାଘ ଛାଲକୁ ନେଇ କିଏ ନେଇଥାନ୍ତେ ଏବଂ ଏହା ପଛରେ କିଏ କିଏ ସଂପୃକ୍ତ ଅଛନ୍ତି 6 ଜଣିଆ ଏସଟିଏଫ ଟିମ୍ ତଦନ୍ତ କରୁଥିବା ସୂଚନା ରହିଛି। ଜବତ ବାଘ ଛାଲର ଲମ୍ବା 217 ସେଣ୍ଟିମିଟର ରହିଛି।

ଏସଟିଏଫ ସୂଚନା ଦେଇ କହିଛି ଗତକାଲି ସକାଳ 8ଟା 30 ସମୟରେ ଏହି ରେଡ୍ କରି ଚିତା ବାଘର ଛାଲ ଜବତ କରିଛି । ଗୁଣୁପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ 326ରେ ନିକଟରୁ ଏହି ବାଘ ଛାଲକୁ ଜବତ କରିବା ସହିତ ସଂପୃକ୍ତ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜୟନ୍ତ ବିବାର । ତାଙ୍କ ବୟସ 35 ।

ନିକଟରେ କେନ୍ଦୁଝର ଆନନ୍ଦପୁର ବନ ଖଣ୍ଡ ନିକଟରେ ଏକ ମହାବଳ ବାଘର ଛାଲ ଜବତ ହୋଇଥିଲା। ଆନନ୍ଦୁପୁର ବନ ଖଣ୍ଡରେ ମହାବଳ ବାଘ ନଥିବା ନେଇ ବନ ବିଭାଗ ପୂର୍ବରୁ କହିଥିଲା। ତେଣୁ ଏବେ ହଠାତ କିପରି ମହାବଳ ବାଘର ଚମଡା ମିଳିଲା ସେ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାରେ 4 ଜଣ ଗିରଫ ହୋଇଥିଲେ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କେନ୍ଦୁଝର ଦେଓଗାଁ ରେଞ୍ଜ ରେବଣା ପଳାଶପାଳ ପଂଚାୟତର ବୁଧପଡା ଗାଁର ବୁଟୁ ମହାକୁଡ ଥିଲା । ସେ କହିଥିଲା ବନବିଭାଗ ଜଣେ ଦଲାଲଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି, ତଦନ୍ତ ଚଲାଇଛି । ବାଘଟିକୁ ଏକ ମଲା ମଇଁଷିରେ ବିଷ ଦେଇ ମାରିଦିଆ ଯାଇଥିଲା ବୋଲି ଅଭିଯୁକ୍ତ କହିଥିବା ସୂଚନା ରହିଛି।

Leave A Reply

Your email address will not be published.