ବ୍ରହ୍ମପୁର:କିଛି ପିଲା ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ । କଛି ଲୋକ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ । ଚୋରି ପିଲାଙ୍କୁ ଧରି ଚାଲିଥିଲା ଭିକ୍ଷା ବୃତ୍ତି ।
ରାତିରେ ସମସ୍ତେ ରହୁଥିଲେ ଚାରି ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ । ତେବେ ପୋଲିସ ସନ୍ଦେହ କରି ଚଢ଼ାଉ କରିଥିଲା । ଆଉ ଏହି ଗ୍ୟାଙ୍ଗ ଚଳାଉଥିବା ୫ ଅଣ ଓଡ଼ିଆ ପୁରୁଷ, ମହିଳାଙ୍କୁ ଧରିଛି ପୋଲିସ ।
୯ ଜଣ ବାଳକ, ବାଳିକାଙ୍କ ସମ୍ପର୍କରେ ସଠିକ ସୂଚନା ଦେଇ ନ ପାରିବାରୁ ସେମାନଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପିଲାମାନଙ୍କୁ ଉଦ୍ଧାର କରାଯାଇଛି ।