Latest Odisha News

BREAKING NEWS

ନୀତିଶଙ୍କ ଉପରକୁ ପଥର ଓ ପିଆଜ ମାଡ

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତାଦାନ ପାଇଁ ଅରମ୍ଭ ହୋଇଛି ଜୋରଦାର ପ୍ରଚାର । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲଖିରେ ପ୍ରଚାର କରିଛନ୍ତି । ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ପିଆଜ ଓ ପଥର ମାଡ ହୋଇଛି । ବିରୋଧୀ ତାଙ୍କ ଉପରକୁ ପଥର ଓ ପିଆଜ ଫିଙ୍ଗିଛନ୍ତି । ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା।

ପଥର ଫିଙ୍ଗିଥିବା ବ୍ୟକ୍ତି ଜୋରରେ ପାଟି କରି କହିଥିଲେ ଯେ, ବିହାରରେ ଖୁଲମ ଖୁଲା ମଦ ବିକ୍ରି ହେଉଛି । ଏହାସହ ସେ ନୀତିଶଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ । ଆହୁରି ମଧ୍ୟ ନୀତିଶ ମଦ ବିକ୍ରି ରୋକିବାରେ ବିଫଳ ବୋଲି ସେ କହିଥିଲେ । ଏହି ସମୟରେ ନୀତିଶଙ୍କ ସୁରକ୍ଷାକର୍ମୀ ସେହି ବ୍ୟକ୍ତିଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ନେଇ ନୀତିଶ କହିଥିଲେ ଯେ, ଯେତେ ଇଚ୍ଛା ପଥର ଫିଙ୍ଗନ୍ତୁ ।

ସୂଚନାଯୋଗ୍ୟ, ନିର୍ବାଚନ ରାଲିରେ ନୀତୀଶ ହଟହଟା ହେବା ଘଟଣା ଏହା ପ୍ରଥମ ନୁହେଁ।,ଏହା ପୂର୍ବରୁ ତାଙ୍କ ରାଲିରେ ଲୋକେ ଆର୍‌ଜେଡିର ନାରା ଦେଇଥିଲେ। ଏଥିରେ ଲୋକଙ୍କ ଉପରେ କ୍ଷ୍ୟୁବ୍ଧ ହୋଇଥିଲେ ନୀତୀଶ କୁମାର।

Leave A Reply

Your email address will not be published.