Latest Odisha News

BREAKING NEWS

ଗୋଡ଼ିରେ ନିର୍ମିତ ବିଲେଇର ଚମତ୍କାର କଳାକୃତି

ବିଟେନ୍‌: ସୋସିଆଲ ମିଡିଆରେ ଆପଣ ଅନେକ ବାଲୁକା କଳା ଦେଖିଥିବେ । ବାଲୁକା ଶିଳ୍ପୀମାନେ ବାଲିରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଡ଼ିରେ ସୁନ୍ଦର କଳାକୃତି ତିଆରି କରାଯାଇଛି । ଲୋକମାନେ ଏହାକୁ ବହୁମାତ୍ରାରେ ପସନ୍ଦ କରିବା ସହ ଶିଳ୍ପୀଙ୍କ କଳାକୃତିକୁ ପ୍ରଶଂସା ବି କରିଛନ୍ତି ।

ବିଟ୍ରେନ୍‌ରେ ରୁହନ୍ତି ଶିଳ୍ପୀ ଜଷ୍ଟିନ ବ୍ୟାଟମ୍ୟାନ । ସମୁଦ୍ର କୂଳରେ ଛୋଟ ଛୋଟ ଗୋଡ଼ି ସାହାଯ୍ୟରେ ବିଭିନ୍ନ କଳାକୃତି ତିଆରି କରି ଜଷ୍ଟିନ୍ ସାରା ବିଶ୍ୱରେ ବେଶ୍ ପ୍ରସିଦ୍ଧ । ଆଗରୁ ତାଙ୍କ ତିଆରି ଅନେକ କଳାକୃତି ଖୁବ୍ ଆଦୃତ ହୋଇଥିଲା । ଏବେ ସେ ଛୋଟ ଛୋଟ ଗୋଡ଼ି ସାହାଯ୍ୟରେ ଏକ ବିଲେଇର ଚମତ୍କାର କଳାକୃତି ପ୍ରସ୍ତୁତ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହୋଇଛି । ଭିଡିଓର କ୍ୟାପସନ୍‌ରେ ଲେଖିଛନ୍ତି , ଚିଆଙ୍ଗ ମାଇରେ ସାରା ସହରରେ ବିଲେଇମାନଙ୍କୁ ପୂଜା କରାଯାଏ । ସେଠାରେ ଲୋକମାନେ ବିଲେଇମାନଙ୍କୁ ସ୍ଥାନୀୟ ସମୁଦ୍ରକୂଳକୁ ବୁଲିବାକୁ ନେଇଥାନ୍ତି ।

ଏହି ଭିଡିଓ ଦେଖିବା ପରେ ଲୋକେ ଜଷ୍ଟିନଙ୍କ କଳାକୃତିକୁ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି । ଏଥିସହ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଫଲୋଅର୍ସ ଲେଖିଛନ୍ତି, ଏହି କଳାକୃତି ଅବିଶ୍ୱସନୀୟ ।

Leave A Reply

Your email address will not be published.