ୱାଶିଂଟନ: ଆପଣ ମନେ ମନେ ଚିନ୍ତା କରନ୍ତୁ, ଗୋଟିଏ ଶୂନଶାନ ଓ ଜନବସତି ଶୂନ୍ୟ ଅଂଚଳରେ ଭ୍ରମଣ କରୁଛ, ହଠାତ ଗୋଟିଏ ପଥର ମନକୁ ମନ ଘୁଂଚିବାରେ ଲାଗିବ ! ନିଶ୍ଚିତ ଭାବେ ମନରେ ଭୟ ସଂଚାର ହେବ, ଆଜ୍ଞା ହଁ କାଲିଫୋର୍ଣ୍ଣିଆର ଡେଥ ଭ୍ୟାଲୀ ନ୍ୟାଶନାଲ ପାର୍କରେ ଥିବା ଏକ ଶୁଖିଲା ହ୍ରଦରେ ଏ ଭଳି ଘଟଣା ଦେଖିବାକୁ ମିଳୁଛି । ରେସଟ୍ରାକ ପ୍ଲାୟା ହ୍ରଦରେ ଘଟୁଥିବା ଏହି ଘଟଣାକୁ ନେଇ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଗବେଷଣା ଚଳାଇଛନ୍ତି । ୧୯୦୦ରେ ଡେଥ ଭ୍ୟାଲୀରେ ଏଲିୟନ୍ସ ରହୁଥିବା କୁହାଯାଇଥିଲା । ଏହା ପ୍ରମାଣିତ ହୋଇ ନ ପାରିବାରୁ ପବନର ଗତି ଯୋଗୁ ପଥର ଘୁଂଚୁଛି ବୋଲି କେତେକ ବୈଜ୍ଞାନିକ ଯୁକ୍ତି ବାଢ଼ିଥିଲେ । ହ୍ରଦ ତଳେ ଥିବା ଚୁମ୍ବକୀୟ କ୍ଷେତ୍ର ଯୋଗୁ ପଥରର ଲୌହ ଅଂଶ ଏଥିପ୍ରତି ଆକର୍ଷିତ ହୋଇ ଘୁଂଚିଥାଏ ବୋଲି ଆଉ କେତେଜଣ ଦାବୀ କରିଥିଲେ ।
୨୦୧୪ରେ ରିଚାର୍ଡ ଡି ନରେଶ ଓ ତାଙ୍କ ଭାଇ ଜେମ୍ସ ନରେଶ ଏହି ରହସ୍ୟ ଉପରୁ ପରଦା ଉଠାଇବା ନେଇ ଦାବୀ କରିଥିଲେ । ସେମାନଙ୍କ ମତରେ ଏହି ପଥରଗୁଡିକ ପ୍ରାୟତଃ ଶୀତଦିନେ ଘୁଂଚିଥାଏ । ଏହାର କାରଣ ହେଲା ଶୀତ ଦିନେ ଏହି ଶୁଷ୍କ ହ୍ରଦର ଉପର ଆସ୍ତରଣରେ ବରଫ ଜମିଥାଏ । ଖରା ହେବା ମାତ୍ରେ ଏହା ତରଳିଥାଏ ଫଳରେ ପବନ ବେଗରେ ବରଫ ଘୁଂଚିବା ଆରମ୍ଭ ହୋଇଥାଏ । ଅବଶ୍ୟ ସେମାନଙ୍କ ଏହି ଯୁକ୍ତିକୁ ଏ ପର୍ଯ୍ୟନ୍ତ କେହି ଖଣ୍ଡନ କରି ନାହାନ୍ତି ।
Comments are closed.