Latest Odisha News

BREAKING NEWS

ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁରତ: ସାରା ଦେଶରେ ଅନେକ ସମୟରେ ଟ୍ରେନ ଉପରକୁ ପଥର ମାଡ କରିବା ଭଳି ଘଟଣା ଦେଖିବାକୁ ମିଳିଥାଏ। ଏହାରି ମଧ୍ୟରେ ମୁମ୍ବାଇ-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ ନମ୍ବର 22961) ଉପରେ ଉତ୍ତାନ ଷ୍ଟେସନ ନିକଟରେ ପଥର ମାଡ କରାଯାଇଥିଲା।

ଉକ୍ତ ଟ୍ରେନରେ ମଧ୍ୟ ଯାତ୍ରା କରୁଥିଲେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ। ଯଦିଓ ସେ ଏକଜିକ୍ୟୁଟିଭ୍ କୋଚରେ ଥିବାରୁ ସୁରକ୍ଷିତ ରହିଛନ୍ତି। କାରଣ କୋଚ C-6 ଏବଂ C-10 ଉପରକୁ ପଥର ମାଡ କରାଯାଇଥିବା ବେଳେ ଏହାର କାଚ ଝରକା ଗୁଡ଼ିକ କେବଳ କ୍ଷତିଗ୍ରସ୍ତ ହୋଇଥିଲା।

ଏହି ଘଟଣା ସନ୍ଧ୍ୟା ୬:୩୦ରୁ ୬:୪୫ ମଧ୍ୟରେ ଉତ୍ତାନ ଏବଂ କୋସାଦ ମଧ୍ୟରେ ଘଟିଥିଲା। ଏକ RPF ଦଳ ଘଟଣାସ୍ଥଳରେ ପହଞ୍ଚି ରେଳ ଟ୍ରାକ ନିକଟରେ ପ୍ରାୟ ୩୦ ବର୍ଷ ବୟସର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବ୍ୟକ୍ତି ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ। ପୋଲିସ ଏବଂ RPF ତାଙ୍କ ପରିଚୟ ଏବଂ ଘଟଣା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରୁଛନ୍ତି।

 

Leave A Reply

Your email address will not be published.